ବନ୍ଦ କରନ୍ତୁ

ଗୁପ୍ତେଶ୍ୱର

ନିର୍ଦ୍ଦେଶ

ସୁନ୍ଦର ସୁଦୃଶ୍ୟ ଘଞ୍ଚ ଅରଣ୍ୟ ପରିବେଷ୍ଟିତ, ପ୍ରାୟ ୨୦୦୦ ଫୁଟ ଉଚ୍ଚ ମାଳଭୁମିର ଏକ ଚୁନପଥର ପାହାଡ ମଧ୍ୟରେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହୋଇପାରିବା ଭଳି ଏକ ଗୁମ୍ଫା ମଧ୍ୟରେ ପବିତ୍ର ଶୈବପୀଠ ଗୁପ୍ତେଶ୍ୱର ଅବସ୍ଥିତ | ଗୁମ୍ଫାର ଏକ ପ୍ରଶସ୍ତ କୋଠରୀ ମଧ୍ୟରେ ୧୦ ଫୁଟ ଗୋଲେଇ ଓ ୮ଫୁଟ ଉଚ୍ଚତା ବିଶିଷ୍ଟ ଏକ ମହାଲିଙ୍ଗ ରହିଛି | ଏହି ପବିତ୍ର ଶୈବପୀଠଟି ଜୟପୁର ସହରଠାରୁ ୫୮ କିମି ଓ କୋରାପୁଟଠାରୁ ୮୦ କିମି ଦୁରରେ ଅବସ୍ଥିତ | ରାମାୟଣରେ ଏହାର ବର୍ଣ୍ଣନା ରହିଛି | କିମ୍ବଦନ୍ତି କହେ – ବନବାସ ସମୟରେ ମହାପ୍ରଭୁ ରାମଚନ୍ଦ୍ର ଏହି ଗିରିଗୁହା ମଧ୍ୟରେ ଗୁପ୍ତେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ | ଇତିହାସ କହେ – ସପ୍ତଦଶ ଶତାବ୍ଦୀ ମଧ୍ୟଭାଗରେ ନନ୍ଦପୁର ମହାରାଜା ବୀର ବିକ୍ରମ ଦେବଙ୍କ ସମୟରେ ଏହି ଗୁପ୍ତ ଗୁମ୍ଫା ଆବିଷ୍କୃତ ହୋଇଥିଲା | ଏହି ପବିତ୍ର ପୀଠର ପାଦଦେଶରେ ଶାବରୀ ନଦୀ ପ୍ରପାତ ସୃଷ୍ଠି କରି ପ୍ରବାହିତ | ଅରଣ୍ୟ ସୁଷମାରେ ପରିପୁର୍ଣ୍ଣ ଏହି ଅଞ୍ଚଳରେ ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ |

  • ଗୁପ୍ତେସ୍ବର
  • ଗୁପ୍ତେଶ୍ବର ପ୍ରବେଶଦ୍ବାର
  • ଗୁପ୍ତେଶ୍ବର ମନ୍ଦିର
  • ଗୁପ୍ତେଶ୍ବର ମନ୍ଦିର ପ୍ରବେଶଦ୍ବାର

କିଭଳି ପହଁଞ୍ଚିବେ:

ସଡ଼କ ପଥରେ

ବସ୍ ଓ କାର ଦ୍ବାରା ଯାତାୟତ କରି ପାରିବେ | କୋରାପୁଟ ରୁ ୮୦ କି.ମି ଦୁରତାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ |