ସ୍ୱାସ୍ଥ୍ୟ
ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ରାଜ୍ୟର ପଦ୍ଧତି ଅନୁସାରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେବା , ସେମାନଙ୍କର ସ୍ୱାସ୍ଥ୍ୟରକ୍ଷା, ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟର ବିକାଶ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ । ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଧୁନିକ ଚିକିତ୍ସା ସେବା ଉପରେ ପର୍ଯ୍ୟବେସିତ ଯାହାକି ଉପକେନ୍ଦ୍ରଠାରୁ (Sub Center)ଆରମ୍ଭ କରି ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ । ସ୍ୱାସ୍ଥ୍ୟ ସେବାର ଏହି ବ୍ୟବସ୍ଥା ଏପରି ଆଦର୍ଶଗତ ହୋଇଛି ଯେ, ଯଦି ଠିକ୍ ଭାବରେ ଯୋଜନା ମୁତାବକ ପରିଚାଳନା କରାଯାଏ, ତେବେ ଘରେ ଥିବା ଜଣେ ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ ।
ଜିଲ୍ଲାପାଳଙ୍କ ସହ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପରିଚାଳନା ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଉନ୍ନତି ସହତି ଜାତୀୟ ସ୍ୱାସ୍ଥ୍ୟ ମିଶନର ସଫଳ ରୂପାୟନ ସମ୍ପର୍କରେ ତଦାରଖ କରିଥାଏ । କୋରାପୁଟ ଜିଲ୍ଲାରେ ବ୍ୟବସ୍ଥାର ଉନ୍ନତି ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସଫଳ ରୂପାୟନ ସମ୍ପର୍କରେ ତଦାରଖ କରିଥାଏ । କୋରାପୁଟ ଜିଲ୍ଲାରେ 1ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 1ଟି ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, 16ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, 48ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ), 2ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ 307ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ପୂରଣ କରୁଛି ।
ଠିକଣା ଓ ଅବସ୍ଥିତି
ଡା. ଲଳିତ ମୋହନ ରଥ
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ , କୋରାପୁଟ
ଜେଲ ରୋଡ୍, କୋରାପୁଟ ।
ପିନ୍ -764020
ମୋବାଇଲ ନଂ 9439990495
ଦୂରଭାଷା ଓ ଫାକ୍ସ ନଂ 06852-250242