ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ

ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ :

ନୋଡାଲ ଅଧିକାରୀ – ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ଓ କଲ୍ୟାଣ ବିଭାଗ)
ମୋବାଇଲ ନଂ -9439990497
ଇ-ମେଲ୍ – nhmkpt@gmail.com
କାର୍ଯ୍ୟକ୍ରମ ପରିଚାଳକ- ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ , ଜାତୀୟ ସ୍ୱାସ୍ଥ୍ୟ ମିଶନ୍
ମୋବାଇଲ ନଂ -9439990503
ଜାତିୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କୋରାପୁଟ ଜିଲ୍ଲାରେ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ନିଆଯାଇଛି ।

ଜନନୀ ସୁରକ୍ଷା ଯୋଜନା :

ଏହି ଯୋଜନାର କାର୍ଯ୍ୟକାରୀ ହେବାପରେ ଆନୁଷ୍ଠାନିକ ପ୍ରସବ ହାର 91% ପ୍ରତିଶତକୁ ପହଂଚିଛି । ଯାହାକି 2005-06 ମସିହାରେ ମାତ୍ର 13% ପ୍ରତିଶତ ଥିଲା । ଏହି ଯୋଜନା ମାଧ୍ୟମରେ ଯଦି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ କରାଯାଏ ତେବେ ଗ୍ରାମଞ୍ଚଳ ମହିଳା ମାନଙ୍କର ପାଇଁ ଟ.1400/- ଓ ସହରାଞ୍ଚଳ ମହିଳା ମାନଙ୍କ ପାଇଁ ଟ.1000/-ର ବ୍ୟବସ୍ଥା ରହିଛି ।

ଜନନୀ ସୁରକ୍ଷା କାର୍ଯ୍ୟକ୍ରମ :

ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣ ଠାରୁ ଶିଶୁ ଜନ୍ମର 42ଦିନ ପର୍ଯ୍ୟନ୍ତ ଏବଂ ତାର ଜନ୍ମୀତ ଶିଶୁକୁ ଏକ ବର୍ଷ ପର୍ଯ୍ୟନ୍ତ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ସେବା, ସମସ୍ତ ପ୍ରକାର ପରୀକ୍ଷା , ଗମନାଗମନର ବ୍ୟବସ୍ଥା, ଚିକିତ୍ସା ସମୟରେ ଖାଦ୍ୟ, ଔଷଧ ଏବଂ ଆବଶ୍ୟକ ସ୍ଥଳେ ରକ୍ତ ପ୍ରଦାନ ବିନାମୂଲ୍ୟରେ ଦିଆଯାଏ ।
ଜିଲ୍ଲାର ଲମତାପୁଟ ଠାରେ ଥିବା ଆଶାକିରଣ ହସ୍ପିଟାଲ୍, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ଅଧୀକୃତ କରାଯାଇଛି । ଯେଉଁଠାରେ ପ୍ରସବ କଲେ ଗର୍ଭବତୀ ମହିଳାଙ୍କୁ JSY ମାଧ୍ୟମରେ ଟ.1400/- ପ୍ରଦାନ କରାଯାଏ ।

ପ୍ରଥମ ପ୍ରେରଣ କେନ୍ଦ୍ର

ଜିଲ୍ଲାରେ 03ଟି ଗୋଟିଏ FRU ଅଛି ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ-କୋରାପୁଟ , ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ-ଜୟପୁର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଲକ୍ଷ୍ମୀପୁର । ଯେଉଁ ଠାରେ ଉନ୍ନତମାନର ସେବା ପ୍ରଦାନ କରାଯାଇଥାଏ । ତନ୍ମ ମଧ୍ୟରୁ : –

ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, କୋରାପୁଟ

ଆନୁଷ୍ଠାନିକ ମୂଖ୍ୟ – ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଅଧ୍ୟକ୍ଷ
ମୋବାଇଲ ନଂ -9439990498
ଇ-ମେଲ୍ –dhhkpt@gmail.com
କାର୍ଯ୍ୟକ୍ରମ ପରିଚାଳକ- ହସପିଟାଲ ପରିଚାଳକ
ମୋବାଇଲ ନଂ -9439992974
ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ ଯଥା- ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ଅସ୍ଥି ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, କର୍ଣ୍ଣ ନାଶା ଜିୱା ବିଶେଷଜ୍ଞ, ଯକ୍ଷ୍ମା ବିଶେଷଜ୍ଞ ଓ ଚର୍ମ ବିଶେଷଜ୍ଞମାନଙ୍କ ଦ୍ୱାରା ସେବା ପ୍ରଦାନ ।

ଉପଲବ୍ଧ ଅନ୍ୟାନ୍ୟ ସୁବିଧା ସୁଯୋଗ

  1. ବର୍ହି ବିଭାଗ
  2. ଅନ୍ତଃ ବିଭାଗ
  3. ରକ୍ତ ଭଣ୍ଡାର
  4. ଅତ୍ସୋପଚାର ଗୃହ
  5. ଆଞ୍ଚଳିକ ରୋଗ ନିରୂପଣ କେନ୍ଦ୍ର
  6. ପ୍ରସବୋତ୍ତର କେନ୍ଦ୍ର
  7. ଜିଲ୍ଲା ଚକ୍ଷୁ ଚିକିତ୍ସାଳୟ
  8. ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦର୍
  9. ଜରା ରୋଗୀ ପାଇଁ କେନ୍ଦ୍ର
  10. ବିକଳାଙ୍କ ଦୂରୀକରଣ ଓ ଚିକିତ୍ସା ଥଇଥାନ କେନ୍ଦ୍ର
  11. ଜିଲ୍ଲା ଔଷଧୀଗାର
  12. ଶବ ବ୍ୟବଚ୍ଛେଦ ଗୃହ
  13. ART କେନ୍ଦ୍ର HIV ରୋଗୀ ପାଇଁ
  14. ସ୍ଵତନ୍ତ୍ର ନବଜାତ ଯତ୍ନ କେନ୍ଦ୍ର
  15. ପୃଷ୍ଟି ପୁର୍ନବାସ କେନ୍ଦ୍ର
  16. ଟେଲି ମେଡିଶିନ୍
  17. ସହାୟ କେନ୍ଦ୍ର
  18. ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର
  19. ସୁରକ୍ଷା ଏବଂ ସଫେଇ ସେବା- ବେସରକାରୀ ସଂସ୍ଥା ମାଧ୍ୟମରେ
  20. ଓଡିଶା ରାଜ୍ୟ ସେବା ପାଣ୍ଠି
  21. ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା
  22. ରୋଗୀ ସମ୍ପର୍କୀୟ ଆଶ୍ରୟ ସ୍ଥଳ
  23. 24×7 ଘଣ୍ଟିଆ ଜଳ ଓ ବିଦୁଯଥ ସେବା
  24. 06 ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ
  25. ମାଗଣା ଔଷଧ ବିତରଣ କେନ୍ଦ୍ର (ନିରାମୟ)
  26. କାୟାକଳ୍ପ ପୁରସ୍କୃତ-ସର୍ବଭାରତୀୟସ୍ତରରେ ପରିଷ୍କାର ପରିଛନ୍ନାତ କ୍ଷେତ୍ରରେ 2015-16 ପ୍ରଥମ ସ୍ଥାନ ଅଧିକାରୀ କରିଥବା ସଂସ୍ଥା
  27. ଏନ୍.କ୍ୟୁ.ଏ.ଏସ୍ (NQAS) ସ୍ବୀକୃତୀ ପ୍ରାପ୍ତ ହସ୍ପିଟାଲ୍ ।
  28. ସୂଲଭ ଶୌଚାଳୟ
  29. କ୍ୟାଣ୍ଟିନ୍ ସୁବିଧା
  30. ଡିଜିଟାଲ୍ ଏକ୍ସରେ ସୁବିଧା
  31. ଏଟିଏମ ସେବା
  32. ନିଦାନ- ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାନୁୟାରୀ 01-2018 ମସିହାରୁ ସମସ୍ତ ପ୍ରକାର ପରୀକ୍ଷଣ ନିଶ୍କୁଳ କରାଯାଇଛି ।