ବନ୍ଦ କରନ୍ତୁ

କେନ୍ଦ୍ରୀୟ ଅନୁଦାନ ଯୋଜନା ( ସେଣ୍ଟ୍ରାଲ ସେକ୍ଟର ପ୍ଲାନ୍ ସ୍କିମସ୍ )

ମୃତ୍ତିକା ପରୀକ୍ଷା ଓ ଗୁଣାତ୍ମକ ନିୟନ୍ତ୍ରଣ ପରୀକ୍ଷାଗାର ପ୍ରଚଳନ

ମୃତ୍ତିକାର ସ୍ୱାସ୍ଥ୍ୟକୁ ଠିକରଖି ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମୃତ୍ତିକା ପରୀକ୍ଷାର ଆବଶ୍ୟକତା ରହିଛି। ଚାଷୀ ଭାଇମାନେ ପ୍ରତି ୨ ବର୍ଷରେ ଥରେ ନିଜ ଜମିର ମୃତ୍ତିକା ପରୀକ୍ଷା କରାଇନେବା ଆବଶ୍ୟକ । ମୃତ୍ତିକା ପରୀକ୍ଷା ଦ୍ଵାରା ମୃତ୍ତିକାରେ ଅଭାବ ବା ଅଧିକ ଥିବା ଖାଦ୍ୟସାରର ପରିମାଣ ସମ୍ବନ୍ଧ ରେ ଜାଣିବା ସହ ଚାଷ କରିବାକୁ ଯାଉଥିବା ଫସଲରେ କେତେ ଖାଦ୍ୟ ସାର ଆବଶ୍ୟକ , ତାହା ଜଣାପଡେ । ପରୀକ୍ଷା ଦ୍ଵାରା ଫସଲ ଉତ୍ପାଦନ ଜନିତ ସମସ୍ୟା ଜଣାପଡିଥାଏ । ଏହି ପରୀକ୍ଷା ଫଳାଫଳ ଭିତ୍ତିରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଫସଲରେ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ଖାତ, ରାସାଯନିକ ସାର, ଜୈବ ସାର ଓ ମୃତ୍ତିକା ସୁଧାରକ ସମ୍ବନ୍ଧେ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥାଏ । ନମୁନା ମୃତ୍ତିକା ସମ୍ବନ୍ଧିୟ ସବିଶେଷ ପ୍ରଣାଳୀ ଜାଣିବା ପାଇଁ ଓ ଜମିର ମୃତ୍ତିକା ପରୀକ୍ଷା କରାଇବା ପାଇଁ ଗ୍ରାମ କୃଷି କର୍ମଚାରୀ ଓ କୃଷକସାଥି ସହ ଯୋଗାଯୋଗ କରିବା ଆବଶ୍ୟକ।

ଏହି ପରିକଳ୍ପନା ଅନ୍ତର୍ଗତ ନୂଆ କରି ଅବସ୍ଥାପିତ ୧୦ ଟି ପରୀକ୍ଷାଗାର ସମେତ ୨୭ ଟି ମୃତ୍ତିକା ପରୀକ୍ଷାଗାର ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା କୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବା ସହ ପୁରୀ, ଭଦ୍ରକ, ଯାଜପୁର,ଗଜପତି, ନବରଙ୍ଗପୁର , କଟକ , ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ଗଞ୍ଜାମ , ବରଗଡ, କଳାହାଣ୍ଡି, କେନ୍ଦ୍ରପଡା ଏବଂ ସମ୍ବଲପୁର ଆଦି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ମାଧ୍ୟମରେ ମୃତ୍ତିକା ପରୀକ୍ଷା ପାଇଁ ସୁବିଧା ସୁଯୋଗ ଦିଆଯାଉଛି । ଏଥିସହ ଅନ୍ୟ ୩ ଗୋଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଏହି କାର୍ଯ୍ୟରେ ନିକଟ ଭବିଷ୍ୟତରେ ନିୟୋଜିତ ହେବାର ପ୍ରସ୍ତାବ ରହିଛି । ଏତତ୍ ବ୍ୟତୀତ ରାୟଗଡ଼ା, ବ୍ରହ୍ମପୁର ଓ ବାଲେଶ୍ବର ଠାରେ “ରାସାୟନିକସାରର ଗୁଣାତ୍ମକ ନିୟନ୍ତ୍ରଣ ପରୀକ୍ଷାଗାର” ଓ ସମ୍ବଲପୁରଠାରେ “କୀଟନାଶକ ପରୀକ୍ଷାଗାର” କାର୍ଯ୍ୟକାରୀ ହେଉଛି ।

ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଡ

ମୃତ୍ତିକା ଫସଲ ଉତ୍ପାଦନପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ମୃତ୍ତିକା ମଧ୍ୟରେ ନିହିତ ବିଭିନ୍ନ ମୁଖ୍ୟସାର ଯଥା ଯବକ୍ଷାରଯାନ , ଫସଫରସ , ପଟାସ ଗୌଣସାର ଯଥା ଗନ୍ଧକ , ଚୂନ , ମ୍ୟାଗ୍ନେସିୟମ ଏବଂ ଅଣୂସାର ଯଥା ଲୋହ , ମୋଲିନ୍ଦେନୋମ, ଦସ୍ତା , ଟାଙ୍ଗଣ , ତମ୍ବା, ମାଙ୍ଗାନିଜ ଆଦି ଫସଲ ଉତ୍ପାଦନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ମୃତ୍ତିକା ଅମ୍ଳତା ଓ ଜୈବିକ ଅଙ୍ଗାରତତ୍ଵ ମଧ୍ୟ ବିଭିନ୍ନ ଖାଦ୍ୟ ଉତ୍ପାଦନର ଉପଲବ୍ଧତାରେ ମୁଖ୍ୟ ଅଂଶ ଗ୍ରହଣ କରେ । ମୃତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଅମ୍ଳତା ଓ ଜୈବିକ ଅଙ୍ଗାରତତ୍ଵ ଓ ମୃତ୍ତିକାର ମୁଖ୍ୟସାର, ଗୌଣସାର ଓ ଅଣୂସାରର ଉପଲବ୍ଧତାକୁ ପରୀକ୍ଷଣ ପୂର୍ବକ ରାସାଯନିକ ସାର,ଜୈବିକସାର ଓ ଅଣୂସାର ପ୍ରଯୋଗ ସହିତ ଅମ୍ଳତା କମାଇବା ପାଇଁ ବିଭିନ୍ନ ମୃତ୍ତିକା ସଂଶୋଧକ ପ୍ରୟୋଗ ନିତ୍ୟାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମୁତବକ ଜଳସେଚିତ ଅଞ୍ଚଳରେ ୨.୫ ହେକ୍ଟର ପରିମିତ ଜମିରୁ ଗୋଟିଏ ଏବଂ ଅଣଜଳସେଚିତ ଅଞ୍ଚଳରେ ୧୦ ହେକ୍ଟର ପରିମିତ ଜମିରୁ ଗୋଟିଏ ନମୁନା ମାଟି ସଂଗ୍ରହ କରାଯାଇ ଏହାର ସ୍ୱାସ୍ଥ୍ୟ ବିଭିନ୍ନ ଜିଲ୍ଲା ସ୍ତରୀୟ ମୃତ୍ତିକା ପରୀକ୍ଷାଗାର ବା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ମାଧ୍ୟମରେ କରାଯାଇ ସବୁ ଚାଷୀମାନଙ୍କ ଫସଲ ପାଇଁ ଆବଶ୍ୟକ ମୁତାବକ ଜୈବିକ ଖତ,ମୃତ୍ତିକା ସଂଶୋଧକ, ଜିଆ ଖାତ , ଏବଂ ଅନ୍ୟାନ୍ୟ ରାସାଯନିକ ସାର ଓ ଅଣୁସାରର ମାତ୍ରା ଜଣାଇ ଦିଆଯାଏ । ଏହା ଦ୍ଵାରା ଚାଷୀମାନେ ଅହେତୁକ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବା ସହ ମୃତ୍ତିକାର ସ୍ୱାସ୍ଥ୍ୟ ମଧ୍ୟ ଦୀର୍ଘସ୍ଥାୟୀ ରହିଥାଏ । ଏହି ପରୀକ୍ଷା ନିମିତ୍ତ ଚାଷୀମାଙ୍କୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡେ ନାହିଁ । ଏହି ସୁବିଧା ନିକଟସ୍ଥ ଜିଲ୍ଲା ସ୍ତରୀୟ ମୃତ୍ତିକା ପରୀକ୍ଷାଗାର, ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଏବଂ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କରେ ମିଳୁଅଛି ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍. କେ. ଭି . ୱାଇ.)

ପୂର୍ବ ଭାରତରେ ସବୁଜ ବିପ୍ଲବ ( ବି. ଜି. ଆର. ଇ. ଆଇ .)

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏକ ଉପଯୋଜନା ହିସାବରେ ୨୦୧୧-୧୨ ମସିହାରୁ ଓଡିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଆସୁଅଛି। ଧାନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିର ଲକ୍ଷ୍ୟରଖି ଏହି ଯୋଜନା ଚଳିତ ବର୍ଷ ରାଜ୍ୟର ୨୨ଟି ଜିଲ୍ଲା ଯଥା ବାଲେଶ୍ଵର , ବରଗଡ , ଭଦ୍ରକ , ବଲାଙ୍ଗୀର, ବୌଦ୍ଧ , କଟକ , ଢେଙ୍କାନାଳ , ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି , କେନ୍ଦ୍ରପଡା, ଖୋର୍ଦ୍ଧା , କୋରାପୁଟ , ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ, ପୁରୀ , ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ମାନଙ୍କରେ କାର୍ଯ୍ୟକାରୀ କରାଯାଉଅଛି । ଜାତୀୟ ଗବେଷଣା ପ୍ରତିଷ୍ଠାନ (ଏନ୍.ଆର.ଆଇ.ଆଇ.) ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓ.ୟୁ.ଏ.ଟି.)ର ଅନୁମୋଦନ ଭିତ୍ତିରେ ବିଭିନ୍ନ ଉନ୍ନତ ବୈଜ୍ଞାନିକ କୌଶଳ ଯଥା : ଗଭୀର ଚାଷ , ଧାଡିବୁଣା / ଧାଡିରୁଆ , ରାସାଯନିକ ଓ ଯାନ୍ତ୍ରିକ ତୃଣ ନିୟନ୍ତ୍ରଣ , ଜୈବିକ ସାରର ପ୍ରଯୋଗ , ଅଣୁସାରର ପ୍ରଯୋଗ , ଆବଶ୍ୟକତାନୁଯାୟୀ ରୋଗ ଓ ପୋକ ପରିଚାଳନ ଇତ୍ୟାଦି ପ୍ରଦର୍ଶନ କ୍ଷେତ୍ର ମାଧ୍ୟମରେ ପ୍ରବର୍ତ୍ତନ କରାଯାଉଅଛି । ପୂର୍ବରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ବ୍ଲକ / ପଞ୍ଚାଯତ ଗୁଡ଼ିକକୁ ପ୍ରାଥମିକତା ଦିଆଯାଇଅଛି ।

ଯୋଜନାର ଲକ୍ଷ୍ୟ

  • ଧାନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ।
  • ଧାଡ଼ି ବୁଣା/ ଧାଡ଼ି ରୁଆକୁ ପ୍ରୋତ୍ସାହନ ସହ ବିଭିନ୍ନ ପ୍ରତିକୂଳ ପରିବେଶ ସାହଣୀ ଶକ୍ତି ଥିବା ଉନ୍ନତମାନର ବିହନ ବ୍ୟବହାର, ବିଭିନ୍ନ ସାମଗ୍ରୀ ବ୍ୟବହାରର ଦକ୍ଷତା ଏବଂ ବୈଜ୍ଞାନିକ ଫସଲ ପରିଚାଳନା ଦ୍ଵାରା ଉତ୍ପାଦକତା ବୃଦ୍ଧି କରିବା ।
  • ଧାନ ଚାଷ ପରେ ପଡିଆ ପଡୁଥିବା ଜମିରେ ଅନ୍ୟାନ ଫସଲ ଚାଷ କରିବା ।
  • ଗୋଷ୍ଠୀଭିତ୍ତିକ ଜଳସେଚନ ପ୍ରକଳ୍ପର ନିର୍ମାଣ ଓ ଜଳସେଚନର ପରିଚାଳନା ।
  • ଗୋଷ୍ଠୀଖଳା ନିର୍ମାଣ କରି ଅମଳ ପରବତ୍ତୀ ଫସଲର ଯତ୍ନ ନେବା ।
  • କୃଷି ଯାନ୍ତ୍ରୀକରଣ ପାଇଁ ପ୍ରୋତ୍ସାହନ ।
  • ଇ-ରୋଗ ପୋକ ସର୍ବେକ୍ଷଣ ଓ ପରିଚାଳନା

ସମନ୍ଵିତ ରୋଗ ପୋକ ପରିଚାଳନାରେ ଇ-ରୋଗ ପୋକ ସର୍ବେକ୍ଷଣ ଓ ପରିଚାଳନା ଏକ ପ୍ରମୁଖ ଦିଗ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଆମ ରାଜ୍ୟରେ ୨୦୧୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଅଛି ।

ଉଭୟ ଖରିଫ ଏବଂ ରବି ଋତୁରେ ଧାନ, ଡାଲିଜାତୀୟ ଓ ଚିନାବାଦାମ ଫସଲର ମୁଖ୍ୟ ରୋଗ ପୋକ ସର୍ବେକ୍ଷଣ କରାଯାଇ ରୋଗ ପୋକ ପରିଚାଳନା କରାଯାଉଛି ।

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ଏନ୍. ଏଫ୍. ଏସ୍. ଏମ୍)

ମିଶନ ଢଙ୍ଗରେ ରାଜ୍ୟର କେତେକ ଚିହ୍ନଟ ଜିଲ୍ଲା ଗୁଡିକରେ ଧାନ ଏବଂ ଡାଲି ଫସଲର ଉତ୍ପାଦନ ତଥା ଉତ୍ପାଦିକତା ବୃଦ୍ଧି କରାଇବା ଲକ୍ଷ୍ୟ ନେଇ ୬୦% : ୪୦% କେନ୍ଦ୍ରୀୟ ଓ ରାଜ୍ୟ ସହାୟତାରେ କାର୍ଯ୍ୟକାରୀ ହେଉଅଛି । ୨୦୧୪-୧୫ ଠାରୁ ବୈଷୟିକ କପା ମିଶନ , ବୈଷୟିକ ଝୋଟ ମିଶନ, ଆଇସୋପମ୍ (ମକା), ସମନ୍ଵିତ ଶସ୍ୟ ଉନ୍ନୟନ ଯୋଜନା (ମୋଟା ଶସ୍ୟ ) ଓ ଚିରପୋଷ୍ୟମାନ ଆଖୁ ଆଧାରିତ ଫସଲ ପର୍ଯ୍ୟାୟ ଇତ୍ୟାଦି ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ( ବାଣିଜ୍ୟିକ ଫସଲ ) ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ(ମୋଟା ଶସ୍ୟ ) ଅଧୀନରେ କାର୍ୟକାରୀ ହେଉଅଛି ।

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ଡାଲି)

ରାଜ୍ୟର ସମୁଦାୟ ୩୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ଉକ୍ତ ଯୋଜନାରେ କ୍ଷେତ୍ର ପ୍ରଦର୍ଶନ , ବିହନ ଯୋଗାଣ, ସମନ୍ଵିତ ଖାଦ୍ୟସାର ପରିଚାଳନା, ସମନ୍ଵିତ ରୋଗପୋକ ପରିଚାଳନା , କୃଷିଯନ୍ତ୍ରପାତି, ପମ୍ପସେଟ୍ ଯୋଗାଣ ଓ ଫସଲ ଧାରା ଆଧାରିତ କୃଷକ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ସହାୟତା ମନ ପ୍ରଦାନ କରାଯାଉଅଛି । ସହାୟତା ସମ୍ପର୍କିତ ତଥ୍ୟ ସାରଣୀ ଉପଲବ୍ଧ ।

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ମୋଟା ଶସ୍ୟ)

ଏହି ପରିକଳ୍ପନା ୬ଟି ଜିଲ୍ଲା ତଥା ଗଜପତି, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ରେ କାର୍ଯ୍ୟକାରୀ ହେଉଛି । ମକା ଓ ମାଣ୍ଡିଆ ଫସଲର କ୍ଷେତ୍ର ପ୍ରଦର୍ଶନ ଓ ବିହନ ଯୋଗାଣ ନିମନ୍ତେ ସହାୟତା ପ୍ରଦାନ କରାଯାଉଛି । ସହାୟତା ସମ୍ପର୍କିତ ତଥ୍ୟ ସାରଣୀ ଉପଲବ୍ଧ ।

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ବାଣିଜ୍ୟିକ ଫସଲ) ଆଖୁ

ଏହି ଯୋଜନାରେ ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ କ୍ଷେତ୍ର ପ୍ରଦର୍ଶନ ଓ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ନିମନ୍ତେ ସହାୟତା ପ୍ରଦାନ କରାଯାଉଛି । ସହାୟତା ସମ୍ପର୍କିତ ତଥ୍ୟ ସାରଣୀ ଉପଲବ୍ଧ ।

ପରମ୍ପରାଗତ କୃଷି ବିକାଶ ଯୋଜନା (ପି. କେ. ଭି . ୱାଇ.)

ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ମାଟି ସ୍ୱାସ୍ଥ୍ୟ ପରିଚାଳନାର ଏକ ନୂଆ ଅଧ୍ୟାୟ ଯାହାକୁ ଆମ ରାଜ୍ୟରେ ୨୦୧୭-୧୮ ବର୍ଷରୁ କାର୍ଯ୍ୟକାରୀ କରାଯାଉଅଛି । ରାସାୟନିକ କୃଷିର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବକୁ ହୃଦୟଙ୍ଗମ କରି ବୈଜ୍ଞାନିକ ପ୍ରଣାଳୀରେ ଦେଶୀ ଚାଷ (ଜୈବିକ କୃଷି) ପଦ୍ଧତିକୁ ଆପଣାଇବା ଏହାର ମୂଳ ଲକ୍ଷ୍ୟ । ତୃତୀୟ ପକ୍ଷ ଜୈବିକ ପ୍ରମାଣନ ଖର୍ଚ୍ଚ ବହୁ ଅଧିକ ହେଉଥିବାରୁ ଆମ ଦେଶ ଭିତରେ ଜୈବିକ ଉତ୍ପାଦର ଚାହିଦା ବଢିପାରୁନାହିଁ ।

ଏଣୁ କମ୍ ଖର୍ଚ୍ଚରେ ତଥା ସରକାରୀ ଖର୍ଚ୍ଚରେ ପି. ଜି. ଏସ୍ ଜୈବିକ ପ୍ରମାଣନ ( ଯାହା ପରମ୍ପରାଗତ କୃଷି ବିକାଶ ଯୋଜନାର ଏକ ବିଶିଷ୍ଠ ଅଂଶ) କରି ଦେଶ ଭିତରେ ଜୈବିକ ଉତ୍ପାଦର ଚାହିଦା ବଢାଇବା ହେଲା ପ୍ରକୃତ ଉଦ୍ଦେଶ୍ୟ । ଏହି ଯୋଜନା ମାଧ୍ୟମରେ ନିମ୍ନଲିଖିତ କାମଗୁଡିକୁ ଅଗ୍ରାଧିକାର ଦିଆଯାଇଥାଏ ।

  • କମ୍ ଖର୍ଚ୍ଚରେ ଜୈବିକ ଉତ୍ପାଦନର ପ୍ରମାଣନ କରାଇ ବିକ୍ରିବଟା ଉପରେ ଗୁରୁତ୍ଵ ଦେବା ।
  • ଚାଷୀମାନଙ୍କର ଆୟ ବୃଦ୍ଧି ସହ ବେପାରିମାନଙ୍କ ପାଇଁ ଜୈବିକ ପଦାର୍ଥର ବଜାର ସୃଷ୍ଟି କରିବା ।
  • ରସାୟନିକ ସାର, କୀଟନାଶକ ଆଦି ଉପରେ ନିର୍ଭର ନ କରି ଚାଷୀଙ୍କ ଦ୍ଵାରା ପ୍ରାକୃତିକ ସମ୍ବଳର ବିନିଯୋଗ କରି ଫସଲର ସବୁ ଖାଦ୍ୟ ଉତ୍ପାଦନ ଓ ରୋଗ ପୋକନାଶକ ପ୍ରସ୍ତୁତି କରି ଉପଯୋଗ କରିବା ।

ବର୍ତ୍ତମାନ ଏହା ଆମ ରାଜ୍ୟର ୧୦ଗୋଟି ଜିଲ୍ଲା ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୟାଗଡ , ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା , କଟକ ରେ ପ୍ରାରମ୍ଭିକ ଅବସ୍ଥାରେ କାର୍ଯ୍ୟକାରୀ କରାଯାଉଅଛି । ଏକ କ୍ଲଷ୍ଟର ୫୦ ଏକର ପରିମିତ ଜମିରେ ଟ. ୧୪,୯୫,୦୦୦ /- ଆର୍ଥିକ ସୀମା ମଧ୍ୟରେ ବିଭିନ୍ନ ଜୈବିକ ଚାଷ କାର୍ଯ୍ୟଧାରା ଧାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ଜମିକୁ ଅଜୈବିକରୁ ଜୈବିକକୁ ପରିଣତ କରିବାକୁ ୩ ବର୍ଷ ସମୟ ସୀମା ଧାର୍ଯ୍ୟ କରାଯାଇଅଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପି. ଏମ୍ .ଏଫ୍. ବି. ୱାଇ.)

୨୦୧୬ ଖରିଫ୍ ଋତୁଠାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରାଯାଇଛି । ବିଗତ ଖରିଫ୍ ଋତୁରେ ୫ଟି ଫସଲ ତଥା ଧାନ, ଚିନାବାଦାମ , କପା , ଅଦା ଓ ହଳଦୀକୁ ଏହି ଯୋଜନାରେ ପର୍ଯ୍ୟାୟଭୁକ୍ତ କରାଯାଇ ୧୭.୬୩ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରଯାଇଥିଲା । ବୀମାଭୁକ୍ତ ମୋଟ ଚାଷଜମିର ପରିମାଣ ୧୨.୫୭ ଲକ୍ଷ ହେକ୍ଟର ଥିବାବେଳେ ବୀମା ରାଶିର ପରିମାଣ ଟ. ୬୮୮୮.୬୫ କୋଟି ଥିଲା ଏବଂ କୃଷକମାନଙ୍କ ଠାରୁ ମୋଟ ୧୩୭.୭୦ କୋଟି ରାଶି ବୀମା ପ୍ରିମିୟମ ଆଦାୟ କରଯାଇଥିଲା । ପ୍ରଥମ ଥର ପାଇଁ ଫସଲ କାଟ ସର୍ବେକ୍ଷଣରେ ସ୍ବଚ୍ଛତା ଆଣିବାପାଇଁ ସ୍ମାର୍ଟ ଫୋନ୍ ମାଧ୍ୟମରେ ଫସଲ କାଟକୁ ରେକର୍ଡ କରାଯାଇ ନିର୍ଦ୍ଧିଷ୍ଟ ସର୍ଭରରେ ଅପଲୋଡ କରଯାଇଥିଲା । ଏହା ଦ୍ଵାରା ଆବଶ୍ୟକ ପରିମାଣ ତ୍ଵରିତ ଆକଳନ କରିବା ସମ୍ଭବପର ହୋଇଛି ଏବଂ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ବୀମା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଇଛି ।

ସେହିପରି ଚଳିତ ରବି ଋତୁରେ ୬ଟି ଫସଲ ଯଥା : ଧାନ, ମୁଗ, ବିରି, ଆଳୁ , ସୋରିଷ ଏବଂ ଚିନାବାଦାମକୁ ବୀମା ନିମନ୍ତେ ବିଜ୍ଞାପିତ କରାଯାଇଥିବା ବେଳେ ୫୭,୮୧୬ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ୦.୭୨ ଲକ୍ଷ ହେକ୍ଟର ଜମିରେ ଫସଲବୀମା କରାଯାଇଥିବା ବେଳେ ମୋଟ ବୀମା ରାଶିର ମୂଲ୍ୟ ଟ.୩୫୩.୪୬ କୋଟି ଅଟେ ଏବଂ ପ୍ରିମିୟମ ବାବଦରେ ଚାଷୀମାନଙ୍କ ଠାରୁ ଟ.୫.୦୮ କୋଟି ବୀମା ପ୍ରିମିୟମ ସଂଗ୍ରହ କରାଯାଇଅଛି ।

ଜାତୀୟ ତୈଳବୀଜ ଏବଂ ତେଲତାଳ ମିଶନ

ଆଇସୋପମ (ତୈଳବୀଜ )ରେ ଚାଲୁଥିବା କାର୍ଯ୍ୟକ୍ରମ ସବୁ ଏଣିକି “ଏନ. ଏମ . ଓ . ଓ . ପି .”ର ମିନି ମିଶନ -୧ ରେ ନିଆଯିବ (ପନିପରିବା ଓ ତୈଳବୀଜ ଫସଲ ଚାଷର ବିକାଶ) ।

ମିନି ମିଶନ -୧ ଅନ୍ତର୍ଗତ ପନିପରିବା ଓ ତୈଳବୀଜ ଫସଲ ଚାଷର ବିକାଶ :

ଗୁଣାତ୍ମକ ବିହନ, ମିନିକିଟ୍, ଫସଲ ପ୍ରଦର୍ଶନ , ପାଳି ଆଚ୍ଛାଦନ ଉପରେ କ୍ଷେତ୍ରସ୍ତରୀୟ ପ୍ରଦର୍ଶନ , ଅନ୍ତଃ ଫସଲ, ଜଳସେଚନ ଏବଂ ଫାର୍ମ ଯନ୍ତ୍ରପାତି , କୃଷକ କ୍ଷେତ୍ର ବିଦ୍ୟାଳୟ , କୃଷକ ତାଲିମ୍ ଓ ଶିକ୍ଷାମୂଳକ ପରିଭ୍ରମଣ ଇତ୍ୟାଦି ଉପରେ ସହାୟତା ଦିଆଯାଇ ମୂଳ ଲକ୍ଷ୍ୟ (ରାଜ୍ୟରେ ତୈଳବୀଜ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ) ହାସଲ କରାଯିବ ।

ଜାତୀୟ କୃଷି ସମ୍ପ୍ରସାରଣ ଏବଂ ବୈଷୟକ ମିଶନ (ଏନ୍. ଏମ୍ . ଏ . ଇ. ଟି. )

ଏହା ୨୦୧୪-୧୫ ଠାରୁ କାର୍ଯ୍ୟକାରୀ ହେଉଅଛି । ପୂର୍ବରୁ ଥିବା ଫାର୍ମ ମେକନାଇଜେସନ , ଅମଳ ପରବର୍ତ୍ତୀ ପରିଚାଳନା ସମ୍ପ୍ରସାରଣ ପୁନଃ ଗଠନ , ଶସ୍ୟ ସଂରକ୍ଷଣ , କ୍ଵାରାଣ୍ଟ।ଇନ ଉତ୍ପାଦନ ଏବଂ ଗୁଣାତ୍ମକ ବିହନର ବିତରଣ କାର୍ଯ୍ୟକ୍ରମ ଏବେ ଏହା ମାଧ୍ୟମରେ ଅନ୍ତଭୃକ୍ତ ହୋଇଯାଇଛି ।

କୃଷି ସଂପ୍ରସାରଣ ସବ୍ ମିଶନ୍ (ଏସ୍. ଏମ୍. ଏ. ଇ.)

ରାଜ୍ୟ ସଂପ୍ରସାରଣ କାର୍ଯ୍ୟକ୍ରମକୁ ଆହୁରି ସୃଦୁଢ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ୨୦୦୭-୦୮ ଠାରୁ ଇମେଜ୍ ଏକ “ସମେତି ” ଭାବେ ଆତ୍ମା ଜିଲ୍ଲା ଗୁଡିକରେ ମାନବ ସମ୍ବଳ ଉନ୍ନୟନ ଦିଗରେ “ଏସ. ଆର . ଇ. ପି .”ର ପ୍ରସ୍ତୁତି , ଜିଲ୍ଲା ସ୍ତରରେ “ବୈଷୟକ ପରିଚାଳନା ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ପରିଚାଳନା”, ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ କ୍ଷେତ୍ର ତଥ୍ୟାବଳୀ ପ୍ରଚାର ତଥା ମୁଦ୍ରିତ ପ୍ରଚାର ପତ୍ରିକା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି ଆସୁଥିବାବେଳେ ୨୦୧୪-୧୫ ଠାରୁ ଏହା “ଏସ୍. ଏମ୍. ଏ. ଇ.”ରେ ଅନ୍ତର୍ଗତ ହେଲା ।

ଏକାଭିମୁଖୀ ପ୍ରକାରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଆତ୍ମା କାର୍ଯ୍ୟ।ବଳି ଗୁଡିକ ଇମେଜ ଦ୍ଵାରା କାର୍ଯ୍ୟ।ନ୍ୱିତ ହେଉଛି । ଏହା ବ୍ୟତୀତ “ଏଗ୍ରୀସନେଟ ” ପ୍ରକଳ୍ପ ଅନ୍ତର୍ଗତ ଚାଳିତ ଇ-ଗଭର୍ଣ୍ଣ।ନ୍ସ ଯୋଜନରେ କମ୍ପୁଟରିକରଣ, ନେଟୱାର୍କିଙ୍ଗ, ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା ରହିଛି ।

ବିହନ ଓ ଚାରା ସାମଗ୍ରୀ ସବ୍ ମିଶନ୍ (ଏସ୍. ଏମ୍. ଏସ୍. ପି.)

ଏହି ପରିକଳ୍ପନାର ପ୍ରମୁଖ ଉଦେଶ୍ୟ ହେଲା – ଗୁଣାତ୍ମକ ବିହନ ଓ ଚାରା ସାମଗ୍ରୀ, ଉତ୍ପାଦନ ବିତରଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ମାଧ୍ୟମରେ ଚାଷୀମାନଙ୍କୁ ଉପଲବ୍ଧ କରାଇବା । ଏହା ୨୦୧୪-୧୫ ଠାରୁ କାର୍ଯ୍ୟକାରୀ ହେଉଛି ।

ଫଳରେ ବିହନ ପରୀକ୍ଷା ଗବେଷଣାଗାରରେ “ଗ୍ରେ ଆଉଟ ଟେଷ୍ଟ ” ସୁବିଧା , ବିହନ ବିଶୋଧନ ଏବଂ ଭାନ ଫାର୍ମସ୍ ଇତ୍ୟାଦି କାର୍ଯ୍ୟକୁ ଜୋର୍ ଦିଆଯାଇଛି । ଏଥିରେ ପ୍ରଶିକ୍ଷଣ, ସବୁଜ ଗୃହ ସୁବିଧା , ଜିନ୍ ବ୍ୟାଙ୍କ , ପେଷୀପୋଷଣ ଗବେଷଣାଗାର, ବିହନ ସାଇତା ଗୋଦାମ , ଶୀତତାପ ନିୟନ୍ତ୍ରଣ ଓ ଆଦ୍ରତା ବିହନ ଗୋଦାମ , ବିହନ ବିତରଣ , ବିହନ ଉତ୍ପାଦନ, ବିହନ ଗ୍ରାମ ଯୋଜନା ପାଇଁ ପ୍ରଶିକ୍ଷଣ ଓ ପ୍ରମାଣନ ଦେୟ ନିମନ୍ତେ ବ୍ୟବସ୍ଥା ରହିଛି।

କୃଷି ଯାନ୍ତ୍ରିକୀ କାରଣ ସବ୍ ମିଶନ୍ (ଏସ୍. ଏମ୍. ଏ. ଏମ୍)

ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ କୃଷି କର୍ମ ପାଇଁ ବ୍ୟବହୃତ ହେଉଥିବା କେତେକ ଉନ୍ନତ କୃଷି ଯନ୍ତ୍ରପାତି ଏବଂ ସରଞ୍ଜାମ ଉପରେ ଚାଷୀ ମାନଙ୍କୁ “ସଂଗ୍ରହ ରିହାତି ସଂପ୍ରସାରଣ ” ଜରିଆରେ କୃଷି ଯାନ୍ତ୍ରିକୀକାରଣକୁ ପ୍ରୋତ୍ସାହନ ଦେବା ଏବଂ ସେଗୁଡିକର ବ୍ୟବହାର ତଥା ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଓ ପ୍ରଦର୍ଶନ କୁ ପରିଚାଳନା କରିବା । ଏତଦ୍ ବ୍ୟତୀତ ଯାନ୍ତ୍ରିକ ଉପାୟରେ ଜମି ପ୍ରସ୍ତୁତି କଷ୍ଟମ (ଲୋକାଚାର) ଭଡା ପାଇଁ କ୍ଷେତ୍ର, ଯାନ୍ତ୍ରିକ ବ୍ୟାଙ୍କର ପ୍ରତିଷ୍ଠା, ଅତ୍ୟାଧୁନିକ ଉତ୍ପାଦକତା ସମ୍ପନ୍ନ ସରଞ୍ଜାମ କେନ୍ଦ୍ର ଇତ୍ୟାଦି ଉପରେ ସହାୟତା ବ୍ୟବସ୍ଥା ରହିବ ।

ଅନୁମୋଦିତ ସହାୟତା ପ୍ରକାର ହେଲା :

ଫସଲ ପ୍ରକାର ସମ୍ବନ୍ଧୀୟ ପ୍ରଦର୍ଶନ ୧୦୦୦ ହେକ୍ଟର ଓ ୨୦୦ ହେକ୍ଟର ପାଇଁ ହେକ୍ଟର ପ୍ରତି ୪୦୦୦ ଟଙ୍କା କରି
ସିଜିନ୍ ପ୍ରତି ୧୦୦ ହେକ୍ଟର
ପ୍ରଶିକ୍ଷଣ ନିମନ୍ତେ ୮ ଟି ଦଳକୁ ଓ ପ୍ରତି ଦଳରେ ୨୫ ଜଣ ତଥା ପ୍ରଶିକ୍ଷଣ ୪ ଦଳକୁ ଓ ପ୍ରତି ଦଳରେ ୨୫ ଜଣ ପ୍ରତି ଟ୍ରେନିକୁ ସପ୍ତାହ ପ୍ରତି ୪୦୦୦ ଟଙ୍କା କରି
ପାୱାର ଟିଲର୍ ୟୁନିଟ ପ୍ରତି ୭୫,୦୦୦ ଟଙ୍କା ସହାୟତା
ରୋଟାଭେଟର୍ ୟୁନିଟ ପ୍ରତି ୬୩ ,୦୦୦ ଟଙ୍କା ସହାୟତା
ଧାନ ରୁଆଯନ୍ତ୍ର ( ଟ୍ରାନ୍ସପ୍ଲାଣ୍ଟର ୪ ଧଡିଆ ) ୟୁନିଟ ପ୍ରତି ୯୪ ,୦୦୦ ଟଙ୍କା ସହାୟତା
ଧାନ ରୁଆଯନ୍ତ୍ର ( ଟ୍ରାନ୍ସପ୍ଲାଣ୍ଟର ୪ ଧଡିଆରୁ ଅଧିକ ) ୟୁନିଟ ପ୍ରତି ୨,୦୦,୦୦୦ ଟଙ୍କା ସହାୟତା
ଶକ୍ତି ଚାଳିତ ଯନ୍ତ୍ରପାତି ୟୁନିଟ ପ୍ରତି ୧୯,୦୦୦ ଟଙ୍କା ସହାୟତା

ଉଦ୍ଭିଦ ସୁରକ୍ଷା ଏବଂ ସଂଗରୋଧ (କ୍ଵାରାଣ୍ଟ।ଇନ୍ ) ସବ୍ ମିଶନ୍ (ଏସ୍. ଏମ୍. ପି. ପି.)

୨୦୧୪-୧୫ ଠାରୁ ଏହି ପ୍ରସ୍ତାବିତ ପରିକଳ୍ପନା, ଉଦ୍ଭିଦ ସୁରକ୍ଷାକୁ ଦୃଷ୍ଟିରେ ରାଖୀ ରାଜ୍ୟକୁ ବାୟୁପଥ/ ଜଳପଥ ଦେଇ ଅନାବଶ୍ୟକ ଅନୁଜୀବଙ୍କ ପ୍ରବେଶକୁ ରୋକିପାରିବ । ଏଥିରେ “ଫାଇଟୋସାନିଟାରୀ ଗବେଷଣାଗାର ”ପ୍ରତିଷ୍ଠା ଓ ରାଜ୍ୟ “କୀଟନାଶକ ପରୀକ୍ଷା ” ଗବେଷଣାଗାରକୁ ମଜବୁତ କରିବାର ବ୍ୟବସ୍ଥା ରହିଛି।