ବନ୍ଦ କରନ୍ତୁ

ମିଶନ ଶକ୍ତି

(ମୁଖ୍ୟ ଅଭିମୁଖ୍ୟ /ଲକ୍ଷ୍ୟ)

ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ସହୋଯୋଗ କିରବା , ଯେଉଁ ଗୋଷ୍ଠୀ ସ୍ଵତଃ (ନିଜେ ନିଜେ) ପରିଚାଳିତ ହୋଇପାରିବେ ଏବଂ ସାମାଜିକ- ଅର୍ଥନୈତିକ ସମସ୍ୟା ସଂପର୍କରେ ସଚେତନ ହୋଇପାରିବେ, ଯେଉଁଠାରେ ମହିଳାମାନଙ୍କ ମଧ୍ୟରେ ମିଳିତ ଭାବରେ କାର୍ଯ୍ୟ କରିବାର ଆଗ୍ରହ ଥିବ ଓ ମିହଳାମାନେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜର ପସନ୍ଦରେ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରିବା ପାଇଁ କୁଶଳୀ/ଦକ୍ଷ ହୋଇପାରିବେ/ ସୁନ୍ଦର ସୁସ୍ଥ ସମାଜ ଗଠନ ଏବଂ ସମସ୍ତଙ୍କୁ ସମ୍ମାନ କରାଯାଉଥିବ ଏବଂ ସମାଜରେ ଲିଙ୍ଗଗତ ବିଭେଦତା ନ ରହିବା ନମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ହୋଇଥିବ।
Mission_Shakti1ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କର ସାମାଜିକ ଅର୍ଥନୈତିକ ଏବଂ ସାମଗ୍ରିକ ବିକାଶ କରାଇବା ମିଶନଶକ୍ତିର ମୁଖ୍ୟ ଲକ୍ଷ୍ୟ/ଆଭିମୁଖ୍ୟ। ଓଡିଶାରେ 8ମାର୍ଚ 2001ରେ ମିଶନଶକ୍ତି ଆରମ୍ଭ କରାଯାଇଅଛି। ଅର୍ଥନୈତିକ ସହାୟତା ଏବଂ ସହାୟକ ଗୋଷ୍ଠୀର ଉପ୍ତାଦିତ ଦ୍ରବ୍ୟ ଗୁଡିକର ବିକ୍ରୟ ନିମନ୍ତେ ସୁଯୋଗ ପ୍ରଦାନ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରାଇବା ମିଶନ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଓଡିଶା ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ଅଧିକରୁ ଅଧିକ ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା କରାଇବା ମିଶନ ଶକ୍ତି ନିର୍ଦ୍ଦେଶାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ।
Mission_Shakti2ଓଡିଶାର 314ଗୋଟି ବ୍ଲକ ଏବଂ ପୌରାଞ୍ଚଳରେ ଲକ୍ଷାଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଅଛି। ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମକୁ ସୁଦୃଥ କରିବା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ କାର୍ଯ୍ୟକ୍ଷମ ନଥିବା ସ୍ଵୟଂ ସହାୟକ ଗୋଷ୍ଠୀକୁ ସକ୍ରୀଭାବେ କାର୍ଯ୍ୟକାରୀ କରାଇବା ସହ ବର୍ଷର ସବୁ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହଯୋଗ ପ୍ରଦାନ କିରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସୃଷ୍ଟୀ କରାଯାଇଅଛି। ନୁତନ ସ୍ଵୟଂ ସାହୟକ ଗୋଷ୍ଠୀ ଗଠନ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହାୟତା ପ୍ରଦାନ କିରିବା ମିଶନ ଶକ୍ତି ନର୍ଦ୍ଦେଶାଳୟର ପ୍ରାଥମିକ କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ମହାସଂଘ ସ୍ତରୀୟ ଅନୁଷ୍ଠାନ ଗଠନ, ପ୍ରଶିକ୍ଷଣ/ତାଲିମ ଏବଂ ଦକ୍ଷତା ବୃଦ୍ଧି, ଅର୍ଥନୈତିକ ସଂଯୋଗୀକରଣ, ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତି/ ସଂଯୋଗୀକରଣ, ଜୀବିକା ଏବଂ ଦକ୍ଷତା ବୃଦ୍ଧ ନିମନ୍ତେ ତାଲିମ ପ୍ରଦାନ, ବଜାର ସହିତ ସଂପୃକ୍ତ କରାଇବା , ତଦାରଖ ଏବଂ ମୁଲ୍ୟ ନିର୍ଦ୍ଧାରଣ ଇତ୍ୟାଦି ମିଶନଶକ୍ତି ନିର୍ଦ୍ଦେଶାଳୟର ପ୍ରମୁଖ କାର୍ଯ୍ୟକ୍ରମ।