ଶିକ୍ଷା ର ମୌଳିକ ଅଧିକାର
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯
- ୮୬ତମ ସମ୍ବିଧାନ ସଶୋଧନ, ଅଧିନିୟମ ୨୦୦୨ରେ ସ୍ଥାନିତ ଅନୁଚ୍ଛେଦ ୨୧-କ, ଭାରତୀୟ ସମ୍ବିଧାନ ବ୍ୟବସ୍ଥା କରେ ଯେ/
- ୬ ରୁ ୧୪ ବର୍ଷର ବଯସର ପ୍ରତ୍ୟେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବା ଅଧିକାର ରହିବା
- ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ ବଯସର ଶିଶୁ କୌଣସି ବିଦ୍ୟାଳୟରେ ନାମ ଲେଖାଇନାହିଁ କିମ୍ବା ଯଦି ବିଦ୍ୟାଳୟକୁ ଯାଇ ପ୍ରାଥମିକ ଶିକ୍ଷା ସମାପ୍ତ କରିପାରିଲା ନାହିଁ ତାହା ହେଲା ସେ ତାହାର ବୟସ ଉପଯୋଗୀ ଗୋଟିଏ ଶ୍ରେଣୀରେ ନାମ ଲେଖାଇପାରିବ ।
- ଯେଉଁଠାରେ ଗୋଟିଏଆ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ନାହିଁ ସେଠାରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପାଇଁ ଧାରା ୨ର ଖଣ୍ଡ (n ) ର ଉପଖଣ୍ଡ(iii) ଏବଂ (iv) ରେ ସ୍ବତନ୍ତ୍ର ଭାବେ କୁହାଯାଇଥିବା ବିଦ୍ୟାଳୟକୁ ଛାଡି ଅନ୍ୟ ଯେ କୌଣସି ବିଦ୍ୟାଳୟକୁ ଯିବାର ଅଧିକାର ରହିବ।
- କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଶିଶୁର ନାମଲେଖା ସମୟରେ କୌଣସି ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ ଏବଂ ଶିଶୁ କିମ୍ବା ତାର ପିତାମାତା ବା ଅଭିଭାବକଙ୍କୁ କୌଣସି ଚୟନ ପ୍ରକ୍ରିୟା ଦେଇ ଯିବାକୁ ହେବ ନାହିଁ ।
- ବୟସ ପ୍ରମାଣପତ୍ର ଅଭାବରୁ କୌଣସି ଶିଶୁକୁ ବିଦ୍ୟାଳୟରେ ନାମଲେଖା ନିମନ୍ତେ ମନା କରାଯିବ ନାହିଁ ।
- ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ନାମ ଲେଖାଇଥିବା କୌଣସି ଶିଶୁ କୌଣସି ଶ୍ରେଣୀରେ ଅଟକି ଯିବ ନାହିଁ ।
- କୌଣସି ଶିଶୁକୁ ଶାରୀରିକ ଦଣ୍ଡ ବା ମାନସିକ ନିର୍ଯ୍ୟାତନା ଦିଆଯିବ ନାହିଁ ।
- ଧାରା ୨ ଖଣ୍ଡ (n) ଅନ୍ତର୍ଗତ ଉପଖଣ୍ଡ (iv) ରେ ନିର୍ଦ୍ଧାରିତ ହୋଇଥିବା ବିଦ୍ୟାଳୟଗୁଡ଼ିକ ବ୍ୟତୀତ ଅନ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ନିର୍ବାଚିତ ପ୍ରତିନିଧି, ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପିତାମାତା, ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଗୋଟିଏ ପରିଚାଳନା କମିଟି ଗଠିତ ହେବ ।