ବନ୍ଦ କରନ୍ତୁ

ମମତା ଯୋଜନା

ମତା ଯୋଜନା

ମମତା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃ ମଙ୍ଗଳ ଯୋଜନା । ମା ଓ ଶିଶୁ ପୁଷ୍ଟିହୀନତା ସମସ୍ୟା କୁ ଦୂରକରିବା ଉଦ୍ଦେଶ୍ୟରେ ଓଡିଶା ସରକାର (ମହିଳା ଓ ଶିଶୁ ବିକାଶ ବିଭାଗ ) ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ନିମନ୍ତେ ମମତା ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଏ, ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତ ପୁଷ୍ଟି ପାଇବା ତଥା ସ୍ଵାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ହିତାଧିକାରୀ ସମୁଦାୟ 5000 ଟଙ୍କା ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ସିଧାସଳଖ ପାଇବେ । ଏହି ଯୋଜନାର ଉଦ୍ଦେଶ୍ୟ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରି ହରାଇଥିବେ ଏବଂ କ୍ଷତି ଭରଣ କରିବା ଦ୍ଵାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ ।

ହିତାଧିକାରୀ ପାଇଁ ଆବେଦନର ପ୍ରଣାଳୀ

ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମା ଙ୍କୁ ୪ ମାସ ମଧ୍ୟରେ ନିକସ୍ଥ ଅଙ୍ଗନୱାଡି କେନ୍ଦ୍ର / ମିନି ଅଙ୍ଗନୱାଡି କେନ୍ଦ୍ର ରେ ନାମ ପଞ୍ଜୀକରଣ କରିବାକୁ ପଡିବ ।
ସମସ୍ତ ହିତାଧିକାରୀଙ୍କର ନାମରେ ଏକାକୀ ଆକାଉଣ୍ଟ ହୋଇଥିବା ଦରକାର ଏବଂ ବ୍ୟାକ ଆକାଉଣ୍ଟ କୋର ବ୍ୟଙ୍କିଙ୍ଗ ସୁବିଧା ଥିବା ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବା ଦରକାର ।
ହିତାଧିକାରୀ ମାନେ ମା ଓ ଶିଶୁ ସୁରକ୍ଷା ପତ୍ରିକାର ପ୍ରଥମ ପୃଷ୍ଠାରେ ନକଲ, ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ନକଲି, ସ୍ଵାକାରୋକ୍ତି ଫର୍ମ ପୂରଣ କରି ୨ ଗୋଟି ଫୋଟୋଗ୍ରାଫ ସହ ଅଙ୍ଗନୱାଡି କର୍ମୀ ପାଖରେ ଆବେଦନ କରିବେ ।

ଯୋଗାଯୋଗ ନିମନ୍ତେ

ଯୋଜାରେ ପଞ୍ଜିକରଣ ନିମନ୍ତେ ହିତାଧିକାରୀ ପ୍ରଥମେ ନିଜ ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ବିବରଣୀ ସହ ଯୋଗାଯୋଗ କରିବେ । ଅଙ୍ଗନୱାଡି କର୍ମୀ ହିଁ ପ୍ରଥମେ ତାଙ୍କ ଆବେଦନ ପତ୍ରକୁ ଶିଶୁ ବିକାଶ ଅଧିକାରୀଙ୍କ ପାଖକୁ ପ୍ରେରଣ କରିବେ । ଯଦି କୌଣସି କାରଣ ବଶତଃ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାପ୍ୟ ନ ପାଇଥାନ୍ତି ତେବେ, ଆଇ.ସି.ଡି.ଏସ ସୁପରଭାଇଜର କିମ୍ବା ସି.ଡି.ପି.ଓ ଙ୍କ ସହ ନିକଟସ୍ଥ କାର୍ଯ୍ୟାଳୟରେ ଯୋଗାଯୋଗ କରିବେ । ଏତଦବ୍ୟତୀତ ଜିଲ୍ଲା ସ୍ତାରୀୟ ଅଧିକାରୀ ଙ୍କୁ କିମ୍ବା ଟୋଲ ଫ୍ରି ନମ୍ବର -250520 ରେ ମଧ୍ୟ ନିଜ ଅଭିଯୋଗ ସମ୍ପର୍କରେ ଅବଗତ କରାଇପାରିବେ ।

ଯୋଗ୍ୟ ହିତାଧିକାରୀ :-

ସରକାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ସେମାନଙ୍କ ପତ୍ନୀମାନଙ୍କ ବ୍ୟତୀତ 19 ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ୨ ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ