ପ୍ରାଥମିକ ଶିକ୍ଷାର ସାର୍ବଜନନୀକରଣ

ସାର୍ବଜନୀନ ପ୍ରାଥମିକ ଶିକ୍ଷାର ସିଦ୍ଧାନ୍ତ ମୂଳକ ଭୂମିକା ହେଉଛି ଗଣତନ୍ତ୍ରରେ ସାମାଜିକ ବ୍ୟବସ୍ଥା , ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ଦେଇ ସୁଦୃଢ କରିବା ଯାହାକି ସାଧାରଣତନ୍ତ୍ରର ମୁଖ୍ୟ ଆଧାର | ମୂଳ ଅନୁଛେଦ ୪୫, ନିର୍ଦ୍ଦେଶନାମା ମୂଳନୀତି ରାଜ୍ୟସରକାର, ସମ୍ବିଧାନ ଆଦେଶ ଦେଇଛନ୍ତି ଯେ ରାଜ୍ୟ ସରକାର ପ୍ରୟାସ କରିବେ ଜନ୍ମରୁ ୧୪ବର୍ଷର ସମସ୍ତ ପିଲା ୧୦ବର୍ଷର ଅବଧି ମଧ୍ୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବେ | ଜାତୀୟ ଶିକ୍ଷାନୀତି 1986/92, ବୈଶିଷ୍ଟ ହେଲା, ଦେଶର ଶିକ୍ଷାର ପ୍ରବାହକୁ ସାର୍ବଜନୀନ କରିବା | ଆମ ଜାତୀୟ ଉପଲ୍ଲବେହୀ ହେଲା, ଶିକ୍ଷା ସମସ୍ତଙ୍କର ଆବଶ୍ୟକତା ଓ ଆଭିମୁଖ୍ୟ, ଏହା ଅନୁଭୁତି ଓ ସମ୍ବେଦନଶୀଳତାର ପରିମାର୍ଜିତ କରେ “ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ୨୦୦୯”

ସର୍ବ ଶିକ୍ଷା ଅଭିଯାନ

ପ୍ରାଥମିକ ଶିକ୍ଷାର ସର୍ବଜନୀନକରଣ ନିମନ୍ତେ ସର୍ବ ଶିକ୍ଷା ଅଭିଯାନ ଏକ କର୍ଜ୍ୟକ୍ରମ । ବିଦ୍ୟାଳୟରେ ଗୋଷ୍ଠୀ ସମ୍ପୃକ୍ତି ଦ୍ଵାରା ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ମାନବ ଦକ୍ଷତା ରେ ଉନ୍ନୀତ ଆଣିବା ସର୍ବ ଶିକ୍ଷା ଅଭିଯାନ ର ପ୍ରୟାସ ।

ସର୍ବ ଶିକ୍ଷା ଅଭିଯାନ ର ବୈଶିଷ୍ଠ୍ୟ

  • ଏକ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ପ୍ରାଥମିକ ଶିକ୍ଷା ର ସାର୍ବଜନନୀକରଣ ।
  • ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପ୍ରତି ଏକ ପ୍ରତିକ୍ରିୟା ।
  • ମୌଳିକ ଶିକ୍ଷା ମାଧ୍ୟମ ରେ ସାମାଜିକ ନ୍ୟାୟ ପ୍ରତ୍ସାହିତ କରିବା ।
  • ମୌଳିକ ଶିକ୍ଷାର ସାର୍ବଜନନୀକରଣ ନିମନ୍ତେ ରାଜନୈତିକ ଇଚ୍ଛାଶକ୍ତି ର ଅଭିବ୍ୟକ୍ତି ।
  • କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ଵାୟତ୍ତ ଶାସନ ମଧ୍ୟରେ ଏକ ସହଭାଗୀତ।
  • ଶିକ୍ଷା କ୍ଷେତ୍ର ରେ ରାଜ୍ୟର ନିଜସ୍ଵ ଦୃଷ୍ଟିଭଙ୍ଗୀ ର ଉନ୍ନତିକାରଣ ।
  • ପ୍ରାଥମିକ ଶିକ୍ଷା ପରିଚାଳନା ବ୍ୟବସ୍ଥାରେ ପଞ୍ଚାୟତି ରାଜ, ବିଦ୍ୟାଳୟ ପରିଚାଳନା କମିଟି , ଗ୍ରାମ୍ୟ ଓ ସହର ସ୍ତରୀୟ ଶିକ୍ଷା କମିଟି, ଅଭିଭାବକ – ଶିକ୍ଷକ ସଂଘ, ମାତୃ-ଶିକ୍ଷକ ସଂଘ, ଆଦିବାସୀ ସ୍ଵୟଂଶାସିତ ପରିଷଦ ଏବଂ ଅନ୍ୟାନ୍ୟ ତୃଣମୂଳ ସ୍ତରୀୟ ଢାଞ୍ଚା ଗୁଡିକୁ ଫଳପ୍ରଦ ଭାବେ ସମ୍ପୃକ୍ତି କରିବା ।
  • ସର୍ବ ଶିକ୍ଷା ଅଭିଯାନ ର ଲକ୍ଷ

    • ୬ ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ଶିଶୁ ଙ୍କୁ ଫଳପ୍ରଦ ପ୍ରାଥମିକ ଶିକ୍ଷା ଯୋଗାଇବା ।
    • ସକ୍ରିୟ ଗୋଷ୍ଠୀ ସମ୍ପୃକ୍ତି ଦ୍ଵାରା ସାମାଜିକ, ଆଞ୍ଚଳିକ ତଥା ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ।
    • ଶିଶୁ ମାନଙ୍କୁ ସେମାନଙ୍କ ପ୍ରକୃତିକ ପରିବେଶ ସମ୍ପର୍କରେ ଜାଣିବା ଓ ତାହାକୁ ଆୟତ୍ତ କରି ନିଜର ଆଧ୍ୟାତ୍ମିକ ଓ ଭୌତିକ ସମ୍ବଳ ର ଅଭିବୃଦ୍ଧି ନିମନ୍ତେ ଅନୁମତି ଦେବା ।
    • ଶିଶୁ ମାନଙ୍କ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ ନିମନ୍ତେ ସୁଯଗ ସୃଷ୍ଟି କରିବା । ଏହା ଶିଶୁ ମାନଙ୍କୁ ନିଜର ଶଙ୍କିର୍ଣ ସ୍ଵାର୍ଥ ପରିସର ବାହାରକୁ ଯାଇ ଅନ୍ୟର ମଙ୍ଗଳ ସାଧନ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ସୁଯଗ ସୃଷ୍ଟି କରିବା ।

    ସର୍ବ ଶିକ୍ଷା ଅଭିଯାନ ର ଉଦ୍ଦେଶ୍ୟ

    • ସମସ୍ତ ଶିଶୁଙ୍କୁ ବିଦ୍ୟାଳୟରେ ରଖିବା ।
    • ପ୍ରତ୍ୟେକ ଶିଶୁ ୫ ବର୍ଷରେ ପ୍ରାଥମିକ ଶିକ୍ଷା ଓ ୮ ବର୍ଷ ରେ ଉଛ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ।
    • ସନ୍ତୋଷଜନକ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ସହ “ଜୀବନ କୌଶଳ ଶିକ୍ଷା” କୁ କେନ୍ଦ୍ର କରି ଗୁରୁତ୍ବରୂପ କରିବା ।
    • ପ୍ରାଥମିକ ଶିକ୍ଷା ସ୍ତରରେ ଥିବା ଲିଙ୍ଗଗତ ଓ ସାମାଜିକ ବିଭେଦ ଦୂରକରିବା ।
    • ଅବଧାରଣ। ର ସ।ର୍ବଜନିକରଣ କରିବା ।