ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟ
ସମ୍ମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଭାରତରେ ୧୯୭୫ ମସିହାରେ ଆରମ୍ଭ ହୋଇଥିଲା | ଏହାର ଉଦ୍ଦେଶ୍ୟ ଥିଲା
- ୦ ରୁ ୬ ବର୍ଷର ଶିଶୁ ମାନଙ୍କର ପୃଷ୍ଟି ଏବଂ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା |
- ଶିଶୁମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ |
- ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର କମାଇବା ଏବଂ ପୃଷ୍ଟିହୀନତା ଦୂରକରିବା |
ସେବା | ହିତାଧିକାରୀ | ସେବା ପ୍ରଦାନକାରୀ |
---|---|---|
ପରିପୂରକ ପୃଷ୍ଟିକର ଖାଦ୍ୟ | ୬ମାସରୁ ୩ବର୍ଷ, ଗର୍ଭବତୀ ଓ ପ୍ରସୂତି ମା, ଅତିଶୟ ପୃଷ୍ଟିହୀନ ଶିଶୁ, ଅତିଶୟ ପୃଷ୍ଟିହୀନ ଶିଶୁ ୩ ବର୍ଷ ରୁ ୬ ବର୍ଷ | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା |
ଟୀକାକରଣ | ୦ ରୁ ୬ବର୍ଷ ଶିଶୁ ଏବଂ ଗର୍ଭବତୀ | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା/ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ |
ସ୍ବାସ୍ଥ୍ୟ ପରୀକ୍ଷା | ୦ ରୁ ୬ବର୍ଷ ଶିଶୁ, ଗର୍ଭବତୀ ଏବଂ ପ୍ରସୂତି | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା/ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ |
ପରାମର୍ଶ ଏବଂ ପ୍ରେରଣ ସେବା | ୦ ରୁ ୬ବର୍ଷ ଶିଶୁ, ଗର୍ଭବତୀ ଏବଂ ପ୍ରସୂତି | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା |
ପ୍ରାକବିଦ୍ୟାଳୟ ଶିକ୍ଷା | ୩ ବର୍ଷରୁ ୬ ବର୍ଷ ଶିଶୁ | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା |
ପୃଷ୍ଟି ଏବଂ ସ୍ବାସ୍ଥ୍ୟ ଶିକ୍ଷା | କିଶୋରୀ ବାଳିକା ଏବଂ ମହିଳା ୧୫ରୁ ୪୫ ବର୍ଷ | ଅଙ୍ଗନୱାଡି କର୍ମୀ ଏବଂ ସହାୟିକା/ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ |
ମହିଳା ମଙ୍ଗଳ କାର୍ଯ୍ୟକ୍ରମ
- ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାର ନିବାରଣ
- ୱାନ ଷ୍ଟପ ସେଣ୍ଟର (ହିଂସାର ଶିକାର ହୋଇଥିବା ମହିଳାମାନଙ୍କ ନିମନ୍ତେ ସ୍ବଳ୍ପ ରହଣି ବାସସ୍ଥଳ )
- ସ୍ବାଧାର ଗୃହ (୧୮ ବର୍ଷରୁ ଉର୍ଦ୍ଧ ହିଂସାର ଶିକାର ହୋଇଥିବା ମହିଳାଙ୍କ ନିମନ୍ତେ ଅଧିକ ସମୟ ଧରି ରହିବା ବାସ)
- ଉଜ୍ବାଲା ଗୃହ (୧୮ ବର୍ଷରୁ କମ ହିଂସାର ଶିକାର ହୋଇଥିବା ମହିଳାଙ୍କ ନିମନ୍ତେ ଅଧିକ ସମୟ ଧରି ରହିବା ବାସ)
ପରିପୂରକ ପୃଷ୍ଟିକର ଖାଦ୍ୟର କାର୍ଯ୍ୟବଳୀ
୬ମାସରୁ ୩ବର୍ଷ
ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳା, ୬ମାସରୁ ୩ ବର୍ଷର ଶିଶୁ ଏବଂ ଅତିଶୟ ପୃଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ଖାଦ୍ୟ ନିମନ୍ତେ ଘରକୁ ଖାଦ୍ୟ ଯୋଗାଇ ଦିଆଯାଉଛି | ଭାରତ ସରକାର ଏଥିପାଇଁ ସାରା ରାଜ୍ୟରେ ପ୍ରତି ହିତାଧିକାରୀ ପିଛା ଆବଶ୍ୟକୀୟ ଶକ୍ତି ଓ ପୃଷ୍ଟି ସହ ମୂଲ୍ୟ ଧାର୍ଯ୍ୟ କରିଛନ୍ତି |
ଏହି ଖାଦ୍ୟର ମୂଲ୍ୟ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଟ୯.୫୦ଙ୍କା , ଅତିଶୟ ପୃଷ୍ଟିହୀନ ଶିଶୁମାନଙ୍କ ପାଇଁ ଟ୧୨.୦୦ଙ୍କା , ଏବଂ ସାଧାରଣ ଶିଶୁମାନଙ୍କ ପାଇଁ ଟ୮.୦୦ଙ୍କା ହିସାବରେ ସ୍ଥିର କରାଯାଇଛି |
ଏହି ହିତଡିକାରୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ଓ ପରିବାର ଖାଦ୍ୟ ପେଡିକୁ ସାମଗ୍ରୀ ନ ଜୀବ ଉଦ୍ଦେଶ୍ୟରେ ଓଡିଶା ସରକାର ଘରକୁ ନେବା ଖାଦ୍ୟ ଛତୁଆ ଆକାରରେ ଦେବା ନିମନ୍ତେ ନୀତିଗତ ନିଷ୍ପତି ନେଇଛନ୍ତି |
କାର୍ଯ୍ୟକ୍ରମକୁ ସୁକରୁ ରୂପେ କାର୍ଯ୍ୟକାରୀ କରି ଫଳପ୍ରଦ ଦେବା ଯୋଗାଇଦେବା ହିଁ ନିର୍ଦ୍ଦେଶାବଳୀର ଲକ୍ଷ୍ୟ |
ଏଣୁ ଆବଶ୍ୟକସ୍ଥଳେ ଜିଲ୍ଲାପାଳମାନେ ଏଥିରେ ପରିବର୍ତ୍ତନ ଆଣିପାରିବେ | ଯେ କୌଣସି ମତେ ଭୋଜନ କାର୍ଯ୍ୟକ୍ରମରେ କୌଣସି ବାଧା ନ ଆସିବା ନିମନ୍ତେ ନିର୍ଦ୍ଦେଶାବଳୀରେ ଏପରି କୋହଳ ନୀତି ଅବଲମ୍ବନ କରାଯାଇଛି|
କାର୍ଯ୍ୟକାରୀ ପ୍ରକ୍ରିୟା
- ବର୍ତ୍ତମାନ ଭାରତ ସରକାର ଗହମ ସୁଲଭ ମୂଲ୍ୟରେ ଯୋଗାଣ କରୁଛନ୍ତି | ତେଣୁ ବର୍ତ୍ତମାନ ଗହମରେ ତିଆରି ଛତୁଆ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ କରାଯାଉଛି|
- ଘରକୁ ନେବା ଛତୁଆ ନିମନ୍ତେ ଭାରତୀୟ ଖାଦ୍ୟ ନିଗମରୁ ସମ୍ପୃକ୍ତ ସ୍ବୟଂ ସହାୟକ ଦଳକୁ ଗହମ ଯୋଗାଇ ଦିଆଯାଉଛି | ଆବଶ୍ୟକୀୟ ପରିମାଣ ଓ ଗୁଣମାନର ଖାଦ୍ୟଦ୍ରବ୍ୟ(ଗହମ) ଗ୍ରହଣ କରିଥିବାର ରସିଦ ସ୍ବୟଂସହାୟକ ଦଳଠାରୁ ଗ୍ରହଣ କରାଯାଉଛି | ଜିଲ୍ଲାପାଳ ଏହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରୁଛନ୍ତି |
- ପ୍ରସ୍ତୁତି ଛତୁଆ ପୁଷ୍ଟିସାର ଯୁକ୍ତ, କେଲୋରିଯୁକ୍ତ ଠିକ ପରିମାଣରେ ଅଛିକି ନାହିଁ ଜାଣିବା ନିମନ୍ତେ ତାର ବଣ୍ଟନ ଓ ବ୍ୟବହାର ସମୟରେ ଶିଶୁ ବିକାଶ ଯୋଜନାରେ ଥିବା ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଉଛି |
- ଖାଦ୍ଯରେ ସମାନତା ଓ ଗୁଣବତ୍ତା ବଜାୟ ରଖିବା ପାଇଁ ସାରା ବ୍ଲକରେ ଗୋଟାଏ ସ୍ବୟଂସହାୟକ ଦଳ ଖାଦ୍ୟ ଯୋଗାଣ କରିବା ଉଚିତ | ଏହା ଯଦି ସମ୍ଭବ ନୁହେଁ ତେବେ ଜିଲ୍ଲାପାଳ ଦୁଇଗୋଟି ସ୍ବୟଂସହାୟକ ଦଳକୁ ଦାୟିତ୍ବ ଦେଇପାରିବେ |
- ସ୍ବୟଂସହାୟକ ଦଳ କାୟନ ସମୟରେ ଗ୍ରେଡିଂ ପଦ୍ଧତି ଅନୁସରଣ କରାଯାଇଛି | ଭଲ ସ୍ବୟଂ ସହାୟକ ଦଳ ଚିହ୍ନଟ କରିବା ପାଇଁ ମିଶନ ଶକ୍ତି ସାହାଯ୍ୟ ନିଆଯାଉଛି
ପ୍ରକାର | ଶକ୍ତି | ପୃଷ୍ଟି | ମୂଲ୍ୟ (ଟଙ୍କାରେ) | ୧୫ ଦିନର ଖାଦ୍ୟ ଏବଂ ରଙ୍ଗଯୁକ୍ତ ପ୍ୟାକେଟ | ପ୍ରସ୍ତୁତି ପରେ ଛତୁଆ ପ୍ୟାକେଟର ପରିମାଣ |
---|---|---|---|---|---|
୬ ମାସରୁ ୩ ବର୍ଷ | ୬୧୫ | ୧୩.୩୪ | ୮.୦୦ | ୨ କେ.ଜି (ନୀଳ) | ୧.୭୦୦ |
ଗର୍ଭବତୀ ଓ ପ୍ରସୁତି ମା | ୭୭୦ | ୧୭.୭୯ | ୯.୫୦ | ୨.୫ କେ.ଜି (ହଳଦିଆ) | ୨.୧୨୫ |
ଅତିଶୟ ପୃଷ୍ଟିହୀନ ଶିଶୁ | ୯୨୨ | ୨୦ | ୧୨.୦୦ | 3 କେ.ଜି (ରଙ୍ଗ) | ୨.୫୫୦ |
ଅତିଶୟ ପୃଷ୍ଟିହୀନ ଶିଶୁ ୩ ବର୍ଷରୁ ୬ ବର୍ଷ | ୩୦୭ | ୬.୬୭ | ୮.୦୦ | ୨ କେ.ଜି (ନୀଳ) | ୧.୭୦୦ |
ଘରକୁ ଦିଆଯାଉଥିବା ଶୁଖିଲା ଖାଦ୍ୟର ବଣ୍ଟନ ବ୍ୟବସ୍ଥା ଏବଂ ତଦାରଖ
- ପ୍ରତି ହିତାଧିକାରୀ ମାନଙ୍କର ଖାଦ୍ୟର ମୂଲ୍ୟରୁ ମୁଣ୍ଡ ପିଛା ପରିବହନ ଏବଂ ତଦାରଖ ମୁଲ୍ୟ ସ୍ଵୟଂ ସହାୟକ ଦଳକୁ ଦିଆଯିବ । ସ୍ଵୟଂ ସହାୟକ ଦଳକୁ ଦିଆଯାଉଥିବା ପରିବହନ ଏବଂ ତଦାରଖ ମୂଲ୍ୟକୁ ବାଦ ଦେଲାପରେ ଅବଶିଷ୍ଟ ବଳକା ଅର୍ଥକୁ କେବଳ ଖାଦ୍ୟ ସାମଗ୍ରୀରେ ବିନିଯୋଗ କରାଯାଉଅଛି |
- ପ୍ରତି ମାସର ୨୮ ରୁ ୩୦ ତାରିଖ ମଧ୍ୟରେ ଏବଂ ୧୨ ରୁ ୧୪ ତାରିଖ ମଧ୍ୟରେ ସ୍ଵୟଂ ସହାୟକ ଦଳ ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଯୋଗାଣ କରୁଛନ୍ତି ।
- ଛତୁଆ ବଣ୍ଟନ ସମୟରେ ଗ୍ରାମ୍ୟ ଯାଞ୍ଚ କମିଟି ଏବଂ ମାତୃ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ପରିମାଣରେ ଛତୁଆ ବଣ୍ଟନ ହେବାର ନିଶ୍ଚିତ କରିଥାନ୍ତି ପ୍ରମାଣ ସ୍ୱରୂପ ଗ୍ରାମ୍ୟ ଯାଞ୍ଚ କମିଟି ଏବଂ ମାତୃ କମିଟିର ସଭାପତି ଅଙ୍ଗନୱାଡି କେନ୍ଦ୍ରର ଖାତାପତ୍ରରେ ଲେଖି ସ୍ବାକ୍ଷର କରିଥାନ୍ତି ।
ଯାଞ୍ଚ କମିଟି ଏବଂ ମାତୃ କମିଟି ୧୫ ଦିନକୁ ଥରେ ଅତିକମରେ ଦୁଇଟି ଘରକୁ ଯାଇ ଛତୁଆ ହିତାଧିକାରୀମାନେ ପ୍ରକୃତରେ ଖାଉଛନ୍ତି କି ନାହିଁ ତାହା ଦେଖିବା ସହ ପରିସ୍କାର ପରିଚ୍ଛନ୍ନତା ରଖିବା ପାଇଁ ନିଶ୍ଚିତ କରିଥାନ୍ତି ।ଜିଲ୍ଲା ଉପଖଣ୍ଡ ଏବଂ ବ୍ଲକ ଦାୟିତ୍ଵରେ ଥିବା ଛତୁଆ ତିଆରି ସ୍ଥାନ, ଛତୁଆ ବଣ୍ଟନ ଠିକ ଭାବରେ କରିବା ପାଇଁ ପରିଦର୍ଶନ କରିଥାନ୍ତି ।
କିଶୋରୀ ବାଳିକାଙ୍କ ନିମନ୍ତେ ଯୋଜନା
ଉଦ୍ଦେଶ୍ୟ
- ଆତ୍ମବିକାଶ ଏବଂ ସଶକ୍ତିକରଣ ନିମନ୍ତେ କିଶୋରୀ ବାଳିକାଙ୍କୁ ସକ୍ଷମ କରିବା ।
- ସେମାନଙ୍କର ପୃଷ୍ଟି ଏବଂ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି କରିବା ।
- ସ୍ବାସ୍ଥ , ପରିଷ୍କାର ପରିଚ୍ଛନ୍ନତା, ପୃଷ୍ଟି, କିଶୋରୀ ଅବସ୍ଥାରେ ପ୍ରଜନନ, ଯୌନ ସମ୍ବନ୍ଧୀୟ ସମସ୍ୟା ଏବଂ ଶିଶୁ ଯତ୍ନ ବିଷୟରେ ସେମାନଙ୍କ ମଧ୍ୟରେ ସଚେତନତା କରାଇବା ।
- ସେମାନଙ୍କ ଗୃହ ପରିଚାଳନା ଜୀବନ କୌଶଳ ଏବଂ କାର୍ଯ୍ୟ ଦକ୍ଷତାର ଶୈଳିରେ ଉନ୍ନତି ଆଣିବା ।
- ବିଦ୍ୟାଳୟରୁ ବାହାରି ଆସିଥିବା କିଶୋରୀ ମାନଙ୍କୁ ଅଣଆନୁଷ୍ଠାନିକ / ଆନୁଷ୍ଠାନିକ ଶିକ୍ଷାରେ ଅନ୍ତର୍ଭୁକ୍ତ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ।
- ସେମାନଙ୍କୁ ପ୍ରଚଳିତ ସେବା ସମୂହ ଯଥା- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଡାକ ଘର, ବ୍ୟାଙ୍କ, ଇତ୍ୟାଦି ବିଷୟରେ ଧାରଣା ଦେବା ।
ହିତାଧିକାରୀ
୧୧ ରୁ ୧୮ ବର୍ଷର ସମସ୍ତ ସ୍କୁଲକୁ ଯାଉନଥିବା କିଶୋରୀ ବାଳିକା
ଯୋଜନା କାର୍ଯ୍ୟକାରୀ କରାଯାଉଥିବା ପ୍ରଣାଳୀ
- କିଶୋରୀ ସମୁହୋ ଗଠନ
- ତାଲିମ (ଧନ୍ଦାମୂଳକ ଶିକ୍ଷା )
- କିଶୋରୀ ଦିବସ ପାଳନ
- କିଶୋରୀ କାର୍ଡ଼
- ଲୌହ ଓ ଫଳିକ ଏସିଡ ବଟିକାର ଯୋଗାଣ
- ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା
- ପୃଷ୍ଟି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା
- ପ୍ରୟୋଜନ ଓ ଯୌନ ସ୍ୱାସ୍ଥ୍ୟ ଶିକ୍ଷା
- ଜୀବନ କୌଶଳ ଶିକ୍ଷା
ମମତା ଯୋଜନା
ମମତା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃ ମଙ୍ଗଳ ଯୋଜନା । ମା ଓ ଶିଶୁ ପୁଷ୍ଟିହୀନତା ସମସ୍ୟା କୁ ଦୂରକରିବା ଉଦ୍ଦେଶ୍ୟରେ ଓଡିଶା ସରକାର (ମହିଳା ଓ ଶିଶୁ ବିକାଶ ବିଭାଗ ) ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ନିମନ୍ତେ ମମତା ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଏ, ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତ ପୁଷ୍ଟି ପାଇବା ତଥା ସ୍ଵାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ହିତାଧିକାରୀ ସମୁଦାୟ 5000 ଟଙ୍କା ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ସିଧାସଳଖ ପାଇବେ । ଏହି ଯୋଜନାର ଉଦ୍ଦେଶ୍ୟ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରି ହରାଇଥିବେ ଏବଂ କ୍ଷତି ଭରଣ କରିବା ଦ୍ଵାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ ।
ହିତାଧିକାରୀ ପାଇଁ ଆବେଦନର ପ୍ରଣାଳୀ
ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମା ଙ୍କୁ ୪ ମାସ ମଧ୍ୟରେ ନିକସ୍ଥ ଅଙ୍ଗନୱାଡି କେନ୍ଦ୍ର / ମିନି ଅଙ୍ଗନୱାଡି କେନ୍ଦ୍ର ରେ ନାମ ପଞ୍ଜୀକରଣ କରିବାକୁ ପଡିବ ।
ସମସ୍ତ ହିତାଧିକାରୀଙ୍କର ନାମରେ ଏକାକୀ ଆକାଉଣ୍ଟ ହୋଇଥିବା ଦରକାର ଏବଂ ବ୍ୟାକ ଆକାଉଣ୍ଟ କୋର ବ୍ୟଙ୍କିଙ୍ଗ ସୁବିଧା ଥିବା ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବା ଦରକାର ।ହିତାଧିକାରୀ ମାନେ ମା ଓ ଶିଶୁ ସୁରକ୍ଷା ପତ୍ରିକାର ପ୍ରଥମ ପୃଷ୍ଠାରେ ନକଲ, ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ନକଲି, ସ୍ଵାକାରୋକ୍ତି ଫର୍ମ ପୂରଣ କରି ୨ ଗୋଟି ଫୋଟୋଗ୍ରାଫ ସହ ଅଙ୍ଗନୱାଡି କର୍ମୀ ପାଖରେ ଆବେଦନ କରିବେ ।
ଯୋଗାଯୋଗ ନିମନ୍ତେ
ଯୋଜାରେ ପଞ୍ଜିକରଣ ନିମନ୍ତେ ହିତାଧିକାରୀ ପ୍ରଥମେ ନିଜ ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ବିବରଣୀ ସହ ଯୋଗାଯୋଗ କରିବେ । ଅଙ୍ଗନୱାଡି କର୍ମୀ ହିଁ ପ୍ରଥମେ ତାଙ୍କ ଆବେଦନ ପତ୍ରକୁ ଶିଶୁ ବିକାଶ ଅଧିକାରୀଙ୍କ ପାଖକୁ ପ୍ରେରଣ କରିବେ । ଯଦି କୌଣସି କାରଣ ବଶତଃ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାପ୍ୟ ନ ପାଇଥାନ୍ତି ତେବେ, ଆଇ.ସି.ଡି.ଏସ ସୁପରଭାଇଜର କିମ୍ବା ସି.ଡି.ପି.ଓ ଙ୍କ ସହ ନିକଟସ୍ଥ କାର୍ଯ୍ୟାଳୟରେ ଯୋଗାଯୋଗ କରିବେ । ଏତଦବ୍ୟତୀତ ଜିଲ୍ଲା ସ୍ତାରୀୟ ଅଧିକାରୀ ଙ୍କୁ କିମ୍ବା ଟୋଲ ଫ୍ରି ନମ୍ବର -250520 ରେ ମଧ୍ୟ ନିଜ ଅଭିଯୋଗ ସମ୍ପର୍କରେ ଅବଗତ କରାଇପାରିବେ ।
ଯୋଗ୍ୟ ହିତାଧିକାରୀ
ସରକାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ସେମାନଙ୍କ ପତ୍ନୀମାନଙ୍କ ବ୍ୟତୀତ 19 ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ୨ ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ
(ମୁଖ୍ୟ ଅଭିମୁଖ୍ୟ /ଲକ୍ଷ୍ୟ)
ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ସହୋଯୋଗ କିରବା , ଯେଉଁ ଗୋଷ୍ଠୀ ସ୍ଵତଃ (ନିଜେ ନିଜେ) ପରିଚାଳିତ ହୋଇପାରିବେ ଏବଂ ସାମାଜିକ- ଅର୍ଥନୈତିକ ସମସ୍ୟା ସଂପର୍କରେ ସଚେତନ ହୋଇପାରିବେ, ଯେଉଁଠାରେ ମହିଳାମାନଙ୍କ ମଧ୍ୟରେ ମିଳିତ ଭାବରେ କାର୍ଯ୍ୟ କରିବାର ଆଗ୍ରହ ଥିବ ଓ ମିହଳାମାନେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜର ପସନ୍ଦରେ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରିବା ପାଇଁ କୁଶଳୀ/ଦକ୍ଷ ହୋଇପାରିବେ/ ସୁନ୍ଦର ସୁସ୍ଥ ସମାଜ ଗଠନ ଏବଂ ସମସ୍ତଙ୍କୁ ସମ୍ମାନ କରାଯାଉଥିବ ଏବଂ ସମାଜରେ ଲିଙ୍ଗଗତ ବିଭେଦତା ନ ରହିବା ନମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ହୋଇଥିବ।

ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କର ସାମାଜିକ ଅର୍ଥନୈତିକ ଏବଂ ସାମଗ୍ରିକ ବିକାଶ କରାଇବା ମିଶନଶକ୍ତିର ମୁଖ୍ୟ ଲକ୍ଷ୍ୟ/ଆଭିମୁଖ୍ୟ। ଓଡିଶାରେ 8ମାର୍ଚ 2001ରେ ମିଶନଶକ୍ତି ଆରମ୍ଭ କରାଯାଇଅଛି। ଅର୍ଥନୈତିକ ସହାୟତା ଏବଂ ସହାୟକ ଗୋଷ୍ଠୀର ଉପ୍ତାଦିତ ଦ୍ରବ୍ୟ ଗୁଡିକର ବିକ୍ରୟ ନିମନ୍ତେ ସୁଯୋଗ ପ୍ରଦାନ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରାଇବା ମିଶନ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଓଡିଶା ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ଅଧିକରୁ ଅଧିକ ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା କରାଇବା ମିଶନ ଶକ୍ତି ନିର୍ଦ୍ଦେଶାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ।

ଓଡିଶାର 314ଗୋଟି ବ୍ଲକ ଏବଂ ପୌରାଞ୍ଚଳରେ ଲକ୍ଷାଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଅଛି। ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମକୁ ସୁଦୃଥ କରିବା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ କାର୍ଯ୍ୟକ୍ଷମ ନଥିବା ସ୍ଵୟଂ ସହାୟକ ଗୋଷ୍ଠୀକୁ ସକ୍ରୀଭାବେ କାର୍ଯ୍ୟକାରୀ କରାଇବା ସହ ବର୍ଷର ସବୁ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହଯୋଗ ପ୍ରଦାନ କିରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସୃଷ୍ଟୀ କରାଯାଇଅଛି। ନୁତନ ସ୍ଵୟଂ ସାହୟକ ଗୋଷ୍ଠୀ ଗଠନ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହାୟତା ପ୍ରଦାନ କିରିବା ମିଶନ ଶକ୍ତି ନର୍ଦ୍ଦେଶାଳୟର ପ୍ରାଥମିକ କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ମହାସଂଘ ସ୍ତରୀୟ ଅନୁଷ୍ଠାନ ଗଠନ, ପ୍ରଶିକ୍ଷଣ/ତାଲିମ ଏବଂ ଦକ୍ଷତା ବୃଦ୍ଧି, ଅର୍ଥନୈତିକ ସଂଯୋଗୀକରଣ, ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତି/ ସଂଯୋଗୀକରଣ, ଜୀବିକା ଏବଂ ଦକ୍ଷତା ବୃଦ୍ଧ ନିମନ୍ତେ ତାଲିମ ପ୍ରଦାନ, ବଜାର ସହିତ ସଂପୃକ୍ତ କରାଇବା , ତଦାରଖ ଏବଂ ମୁଲ୍ୟ ନିର୍ଦ୍ଧାରଣ ଇତ୍ୟାଦି ମିଶନଶକ୍ତି ନିର୍ଦ୍ଦେଶାଳୟର ପ୍ରମୁଖ କାର୍ଯ୍ୟକ୍ରମ।
ମମତା ଯୋଜନା
ମମତା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ମାତୃ ମଙ୍ଗଳ ଯୋଜନା । ମା ଓ ଶିଶୁ ପୁଷ୍ଟିହୀନତା ସମସ୍ୟା କୁ ଦୂରକରିବା ଉଦ୍ଦେଶ୍ୟରେ ଓଡିଶା ସରକାର (ମହିଳା ଓ ଶିଶୁ ବିକାଶ ବିଭାଗ ) ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ନିମନ୍ତେ ମମତା ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଏ, ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତ ପୁଷ୍ଟି ପାଇବା ତଥା ସ୍ଵାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ହିତାଧିକାରୀ ସମୁଦାୟ 5000 ଟଙ୍କା ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ସିଧାସଳଖ ପାଇବେ । ଏହି ଯୋଜନାର ଉଦ୍ଦେଶ୍ୟ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରି ହରାଇଥିବେ ଏବଂ କ୍ଷତି ଭରଣ କରିବା ଦ୍ଵାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ ।
ହିତାଧିକାରୀ ପାଇଁ ଆବେଦନର ପ୍ରଣାଳୀ
ଏହି ଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମା ଙ୍କୁ ୪ ମାସ ମଧ୍ୟରେ ନିକସ୍ଥ ଅଙ୍ଗନୱାଡି କେନ୍ଦ୍ର / ମିନି ଅଙ୍ଗନୱାଡି କେନ୍ଦ୍ର ରେ ନାମ ପଞ୍ଜୀକରଣ କରିବାକୁ ପଡିବ ।ସମସ୍ତ ହିତାଧିକାରୀଙ୍କର ନାମରେ ଏକାକୀ ଆକାଉଣ୍ଟ ହୋଇଥିବା ଦରକାର ଏବଂ ବ୍ୟାକ ଆକାଉଣ୍ଟ କୋର ବ୍ୟଙ୍କିଙ୍ଗ ସୁବିଧା ଥିବା ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବା ଦରକାର ।ହିତାଧିକାରୀ ମାନେ ମା ଓ ଶିଶୁ ସୁରକ୍ଷା ପତ୍ରିକାର ପ୍ରଥମ ପୃଷ୍ଠାରେ ନକଲ, ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ନକଲି, ସ୍ଵାକାରୋକ୍ତି ଫର୍ମ ପୂରଣ କରି ୨ ଗୋଟି ଫୋଟୋଗ୍ରାଫ ସହ ଅଙ୍ଗନୱାଡି କର୍ମୀ ପାଖରେ ଆବେଦନ କରିବେ ।
ଯୋଗାଯୋଗ ନିମନ୍ତେ
ଯୋଜାରେ ପଞ୍ଜିକରଣ ନିମନ୍ତେ ହିତାଧିକାରୀ ପ୍ରଥମେ ନିଜ ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ବିବରଣୀ ସହ ଯୋଗାଯୋଗ କରିବେ । ଅଙ୍ଗନୱାଡି କର୍ମୀ ହିଁ ପ୍ରଥମେ ତାଙ୍କ ଆବେଦନ ପତ୍ରକୁ ଶିଶୁ ବିକାଶ ଅଧିକାରୀଙ୍କ ପାଖକୁ ପ୍ରେରଣ କରିବେ । ଯଦି କୌଣସି କାରଣ ବଶତଃ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାପ୍ୟ ନ ପାଇଥାନ୍ତି ତେବେ, ଆଇ.ସି.ଡି.ଏସ ସୁପରଭାଇଜର କିମ୍ବା ସି.ଡି.ପି.ଓ ଙ୍କ ସହ ନିକଟସ୍ଥ କାର୍ଯ୍ୟାଳୟରେ ଯୋଗାଯୋଗ କରିବେ । ଏତଦବ୍ୟତୀତ ଜିଲ୍ଲା ସ୍ତାରୀୟ ଅଧିକାରୀ ଙ୍କୁ କିମ୍ବା ଟୋଲ ଫ୍ରି ନମ୍ବର -250520 ରେ ମଧ୍ୟ ନିଜ ଅଭିଯୋଗ ସମ୍ପର୍କରେ ଅବଗତ କରାଇପାରିବେ ।
ଯୋଗ୍ୟ ହିତାଧିକାରୀ :-
ସରକାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ସେମାନଙ୍କ ପତ୍ନୀମାନଙ୍କ ବ୍ୟତୀତ 19 ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ୨ ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ