ବନ୍ଦ କରନ୍ତୁ

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ

ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାର ବିଷୟବସ୍ତୁ:

୧୯୭୨-୭୩ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ଦ୍ଵାରା ପ୍ରଥମ କରି ତ୍ଵରିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ (ARWSP) ଆରମ୍ଭ କରଯାଇଥିଲା ଏବଂ ଦ୍ଵିତୀୟ ଥର ପାଇଁ ୧୯୯୧-୯୨ ଆର୍ଥିକ ବର୍ଷରେ ଏହା ଶ୍ରୀ ରାଜୀବ ଗାନ୍ଧି ଜାତୀୟ ପାନୀୟ ଜଳ ଯୋଗାଣ ମିଶନ ନାମରେ ପ୍ରବର୍ତ୍ତନ ହୋଇଥିଲା ଏବଂ ଏହାପରେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସମୂହର ସମ୍ପୃକ୍ତି ସହ ଯୋଜନା, କ୍ରିୟାନ୍ଵୟନ ଓ ପରିଚାଳନାଗତ ବ୍ୟବସ୍ଥାର ସୁଧାର ଅଣାଯାଇ ତୃତୀୟଥର ପାଇଁ ଏହା କ୍ଷେତ୍ରୀୟ ସୁଧାର ପ୍ରକଳ୍ପ ନାମରେ ନାମିତ କରଯାଇଥିଲା ଯାହାକି ପରବର୍ତ୍ତୀ ସମୟରେ ଅର୍ଥାତ ୨୦୦୨ ମସିହାରେ ସ୍ଵଜଳଧାରା ନାମରେ ପ୍ରବର୍ତ୍ତିତ ହୋଇଥିଲା । ପର୍ଯ୍ୟାପ୍ତ ପରିମାଣରେ ଶୁଦ୍ଧ ପାନୀୟ ଜଳ ଅତି ସହଜରେ କମ ଖର୍ଚ୍ଚରେ ସମପରିମାଣରେ ଉପଲବ୍ଧ କରାଇବାକୁ ଗୁରୁତ୍ଵ ଦିଆଯାଇଥିଲା । ପଞ୍ଚାୟତରାଜ ଅନୁଷ୍ଠାନର ସଂପୃକ୍ତିରେ ଚତୁର୍ଥଥର ପାଇଁ ୦୧.୦୪.୨୦୦୯ ରୁ ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଗ୍ରାମାଞ୍ଚଳର ସମସ୍ତଙ୍କୁ ସର୍ବଦା ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ।

ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଥିବାରୁ ବର୍ତ୍ତମାନ ସମୟରେ ପାନୀୟ ଜଳ ଯୋଗାଣ ଗୁରୁତ୍ଵପୂର୍ଣ ଅଟେ । ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବସୁଧା ଯୋଜନାରେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଲକ୍ଷ୍ୟ ଅଟେ ।

ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ପାଇଖାନା ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ରାଜ୍ୟ ସରକାରଙ୍କର ନୋଡାଲ ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି। ପାନୀୟ ଜଳ ଯୋଗାଣ ସୁବିଧ। ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ପଦ୍ଧତିରେ ଉପଲବ୍ଧ କରାଯାଉଛି । ଯଥା :-

  • ଜଲଉତ୍ସ (spot sources) – (ନଳକୂପରେ ଲଗାଯାଇଥିବା ହାଣ୍ଡପମ୍ପ ।)
  • ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ଗୋଟିଏ ପଡା ଗ୍ରାମ/ଗ୍ରାମ ପାଇଁ )
  • ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ଏକାଧିକ ପଡାଗ୍ରାମ/ ଗ୍ରାମ ପାଇଁ )

ଉଦ୍ଦେଶ୍ୟ

ଗ୍ରାମ୍ୟ ଜଳ ଯୋଗାଣ ଯୋଜନାର ଉଦ୍ଦେଶ୍ୟ

  • ଜିଲ୍ଲାରେ ଥିବା ଗ୍ରାମାଞ୍ଚଳରେ ବିଶୁଦ୍ଧ ଓ ସ୍ଥାୟୀ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରାଇବା ।
  • ଗ୍ରାମାଞ୍ଚଳରେ ଗ୍ରାମ୍ୟ ସ୍ତରୀୟ ଜଳ ଯୋଗାଣର ନିଶ୍ଚିତ କରିବା, ଜଳ ଯୋଗାଣ ପ୍ରକଳ୍ପର ବିକାଶ ଅଭିବୃଦ୍ଧିକରଣ, ଭୂତଳ ଜଳର ବହୁଳ ବ୍ୟବହାର , ପ୍ରବାହିତ ଜଳ ଓ ବର୍ଷା ଜଳର ସଂରକ୍ଷଣ ।
  • ଜଳ ଯୋଗାଣ ପ୍ରକଳ୍ପର ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ (Design Period) ନିରନ୍ତର ପାନୀୟ ଜଳ ଯୋଗାଣ ସେବା ବ୍ୟବସ୍ଥା, ଜଳ ବଣ୍ଟନ ବ୍ୟବସ୍ଥାରେ ଶେଷ ବ୍ୟବହାରକାରୀଙ୍କ ପର୍ଯ୍ୟନ୍ତ ଜଳର ଗୁଣବତ୍ତ।ମାନ ବଜାୟ ରଖିବା ।
  • ଜଳ ଯୋଗାଣ କାର୍ଯ୍ୟକ୍ରମରେ ବିଶ୍ଵସନୀୟତା, ସ୍ଥିରତା , ସୁବିଧା ସମାନତା ଓ ସହଜରେ ଉପଭୋକ୍ତା ମାନଙ୍କର ଆଦୃତତା ଲାଭ କରିବା ପାଇଁ ଯୋଜନା ଖସଡା ପ୍ରସ୍ତୁତ କରିବା ।
  • ଗୋଷ୍ଠୀ ସମୁଦାୟକୁ ଜଳଉତ୍ସ ଗୁଡିକର ପରିଚାଳନା ଭାର ନିର୍ବାହ କରିବାପାଇଁ ସକ୍ଷମ କରାଇବା ଏବଂ ପରିଚାଳନା ବ୍ୟବସ୍ଥାର ସୁଦୃଢିକରଣ ।
  • ଜଳ ଯୋଗାଣ ସମ୍ବନ୍ଧିତ ବିବରଣୀ ଅନଲାଇନ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ ସହିତ ଏହି କାର୍ଯ୍ୟକ୍ରମରେ ସ୍ଵଚ୍ଛତା, ପାରଦର୍ଶିତା , ଉତ୍ତର ଦାୟିତ୍ଵ ଏବଂ କୌଣସି ବିଷୟରେ ନିଷ୍ପତ୍ତି ନେବା ଆଦି ବିଷୟ ଅନ୍ତର୍ଭୁକ୍ତ ।

ଜଳର ଗୁଣବତ୍ତା ଯାଞ୍ଚ ଓ ସର୍ବେକ୍ଷଣ

ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମରେ ଜଳର ଗୁଣବତ୍ତା, ନିରକ୍ଷଣ ଓ ସର୍ବେକ୍ଷଣ କାର୍ଯ୍ୟକୁ ଅଧିକ ଗୁରୁତ୍ଵ ଦିଆଯାଇଅଛି । ପଡା ଗ୍ରାମ ୱାରୀ ଜଳ ପରୀକ୍ଷା, ସର୍ବେକ୍ଷଣ ଓ ତାର ଫଳାଫଳକୁ ବିଭାଗୀୟ ଡାଟାବେସରେ ସନ୍ନିବେଶ କରାଯାଇ ଊପଲବ୍ଧ କରାଯିବା ଏବଂ ପ୍ରତ୍ୟେକ ବାସଗୃହରେ ପାନୀୟ ଜଳ ଉପଲବ୍ଧ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଯତ୍ନବାନ ହେବା ଆଦି ବିଷୟ ଅନ୍ତର୍ଭୁକ୍ତ । ଫେବୃୟାରୀ ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ଏହି ଜାତୀୟ NRWQMQS ଯୋଜନା ଅର୍ଥାତ ଜାତୀୟ ଗ୍ରାମୀଣ, ଗୁଣବତ୍ତା ପରିଚାଳନା ସର୍ବେକ୍ଷଣ ଯୋଜନା NRDWP ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି ।

ଏହି ଯୋଜନାର ବିଶେଷତ୍ଵ

WQM&S ଯୋଜନାର ରୂପରେଖ କାର୍ଯ୍ୟକାରୀ ପ୍ରଣାଳୀ ବିଷୟରେ ଏକ ପୁସ୍ତିକା ରାଜୀବ ଗାନ୍ଧୀ ଜାତୀୟ ଜଳ ଯୋଗାଣ ମିଶନ ଓ ଭାରତ ସରକାରଙ୍କ ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ଆନୁକୁଲ୍ୟରେ ୨୦୦୪ ମସିହାରେ ପ୍ରକାଶ ପାଇଛି ଏବଂ ଏହାକୁ ଅନୁକରଣ କରାଯିବାର ଆବଶ୍ୟକତା ରହିଛି ।

  • ପ୍ରତ୍ୟେକ ଜଳ ଉତ୍ସକୁ ଅନ୍ୟୂନ ବର୍ଷକୁ ଜୀବାଣୁ ଜନିତ ପରୀକ୍ଷଣ ଦୁଇଥର ଓ ରାସାୟନିକ ପରୀକ୍ଷଣ ଥରେ କରାଯିବ ।
  • ସବ ଡିଭିଜନ ସ୍ତରୀୟ ଜଳ ନମୁନା ପରୀକ୍ଷାଗାରରେ, ଜୀବାଣୁ ଜନିତ ପରୀକ୍ଷା ଏବଂ ଅଳ୍ପ କେତୋଟି ରାସାୟନିକ ପରୀକ୍ଷା ଆବଶ୍ୟକତା ଅନୁଯାୟୀ କରାଯିବ ।
  • କ୍ଷେତ୍ର ପରୀକ୍ଷଣ ଯନ୍ତ୍ର Field Test Kit (FTK) ମାଧ୍ୟମରେ ଗ୍ରାମ ସ୍ତରରେ ଜଳର ଗୁଣବତ୍ତା ନିରୂପଣ ପାଇଁ ପ୍ରତ୍ୟେକ ଜଳ ଉତ୍ସର ଜୀବାଣୁ ଜନିତ ଓ ରାସାୟନିକ ପରୀକ୍ଷା କରାଯିବ । ଏହି କାର୍ଯ୍ୟ କରିବା ପାଇଁ ୨୦୦୫ ମସିହାରୁ ଜାତୀୟ ଗ୍ରାମ୍ୟ, ଜଳର ଗୁଣବତ୍ତା ପର୍ଯ୍ୟାଲୋଚନା ଓ ସର୍ବେକ୍ଷଣ ଯୋଜନା କାର୍ଯ୍ୟକାରୀ ହେଉଅଛି ।ଜଳର ଗୁଣବତ୍ତା, ପର୍ଯ୍ୟାଲୋଚନା ଓ ସର୍ବେକ୍ଷଣ ଯୋଜନାରେ ଫେବୃୟାରୀ ୨୦୦୬ ରୁ ପଞ୍ଚାୟତସ୍ତରୀୟ କର୍ମୀ ଯଥା ଆଶା , ଅଙ୍ଗନବାଡି କର୍ମୀ , ବିଦ୍ୟାଳୟ ଶିକ୍ଷକ , ଗ୍ରାମ ପଞ୍ଚାୟତ ସଭ୍ୟ, ସମାଜସେବୀଙ୍କ ସହାୟତାରେ ଜଳ ଉତ୍ସ ଗୁଡିକର ଜଳ ନମୁନା ପରୀକ୍ଷଣ କାର୍ଯ୍ୟକୁ ଚାଲୁ ରଖାଯାଇଛି ।

    ଲ୍ୟାବ୍ରୋଟାରୀ ଅଧିକାରୀଙ୍କର ଦ୍ଵାରା ସମସ୍ତ ଜଳ ଉତ୍ସ ଗୁଡିକର ଜଳ ନମୁନା ପରୀକ୍ଷଣ ଫଳାଫଳକୁ IMIS ଓ DDWS ସନ୍ନିବେଶ ବା ଭର୍ତ୍ତି କରାଯିବ, ପଡା ଗ୍ରାମ ଏବଂ ଘର ଗୁଡିକର ତଥ୍ୟ ଦୁଇ ଜଣ ଗ୍ରାମ୍ୟ ସ୍ତରୀୟ ସଭ୍ୟଙ୍କ ଦ୍ଵାରା ସଂଗ୍ରହ କରାଯିବ । ଗ୍ରାମ ସ୍ତରୀୟ ଜଳ ଓ ପରିମଳ କମିଟି ସଭ୍ୟ, ଗ୍ରାମ ସଭା ଦ୍ଵାରା ଚୟନ କରାଯିବ, ଓ ସେମାନଙ୍କ କାର୍ଯ୍ୟ ପାଇଁ ସେମାନେ ପଞ୍ଚାୟତ ନିକଟରେ ଉତ୍ତରଦାୟୀ ରହିବେ ।

    ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ)

    ଉପକ୍ରମ-

    ଓଡିଶା ସରକାର , ରାଜ୍ୟରେ ସମସ୍ତ ଜଣ ସାଧାରଣକୁ ବିଶୁଦ୍ଧ ପାନୀୟ ଜଳ ଓ ଏକ ସୁଚିନ୍ତିତ ପରିମଳ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାର ପରିମଳ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଯଥା ସି . ଆର୍ .ଏସ.ପି ପ୍ରୋଗ୍ରାମ ମାଧ୍ୟମରେ , ସମ୍ପୂର୍ଣ ପରିମଳ ଅଭିଯାନ ମାଧ୍ୟମରେ ଏବଂ ପରବର୍ତ୍ତୀ ସମୟରେ ନିର୍ମଳ ଭାରତ ଅଭିଯାନ ମାଧ୍ୟମରେ । ଅକ୍ଟୋବର ୨,୨୦୧୪ ମସିହାରେ “ ନିର୍ମଳ ଭାରତ ଅଭିଯାନ ନୁତନ ଭାବରେ ନାମ ପରିବର୍ତ୍ତନ କରି ସ୍ୱଚ୍ଛ ଭାରତ ମିଶନ୍ ନାମରେ ପ୍ରଚଳିତ କରାଗଲା । ଏହାର ଲକ୍ଷ୍ୟ ହେଲା ୨୦୧୯ ଅକ୍ଟୋବର ୨ ସୁଧା ସମଗ୍ର ଭାରତ ବର୍ଷ କୁ ବ୍ୟକ୍ତିଗତ ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରି ଖୋଲା ମଳ ତ୍ୟାଗ ମୁକ୍ତ କରିବା । ସ୍ୱଚ୍ଛ ଭାରତ ମିଶନ୍ ୨ ଭାଗ ରେ ବିଭକ୍ତ ହୋଇଛି । ସ୍ୱଚ୍ଛ ଭାରତ ମିଶନ୍ (ସହରାଞ୍ଚଳ) ଓ ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) । ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଦ୍ୱାରା ଗ୍ରାମାଞ୍ଚଳ ର ଜନସାଧାରଣ ମାନଙ୍କୁ ସ୍ୱଚ୍ଛ ଗ୍ରାମ ଯେଊଁଠି କି ଶତ ପ୍ରତିଶତ ପାଇଖାନା ତିଆରି ହୋଇଥିବ ଓ ବ୍ୟବହାର ହେଊଥିବ ଏବଂ ଖୋଲା ରେ ମଳ ତ୍ୟାଗ ବନ୍ଦ ହୋଇଥିବ ଏବଂ ଆବର୍ଜନାର ସଠିକ୍ ନିଷ୍କାସନ ପ୍ରିତି ଆଗ୍ରହ ସୃଷ୍ଠି କରିବା ଓ ଏହାର ଆଊ ଏକ ଲକ୍ଷ୍ୟ ହେଲା ସମସ୍ତ ଗ୍ରାମ କୁ ପରିସ୍କାର ପରିଚ୍ଛନ୍ନ ରଖିବା ଏବଂ ଗ୍ରାମ ପଞ୍ଚାୟତ ମାଧ୍ୟମରେ କଠିନ ତରଳ ବର୍ଜ୍ୟ ବସ୍ତୁ ସଠିକ୍ ନିଷ୍କାସନର ବ୍ୟବସ୍ଥା କରିବା ।

    ଖୋଲା ମଳ ମୁକ୍ତର ସଂଜ୍ଞା –

    1. ବାହାରେ ମଳ ତ୍ୟାଗ ଦେଖାଯାଉନଥିବ (ଝାଡ଼ା ପଡ଼ିଆରେ ମଧ୍ୟ) ।
    2. ସମସ୍ତଙ୍କ ଘରେ ଏବଂ ସାର୍ବଜନୀନ ଓ ଗୋଷ୍ଠୀ କେନ୍ଦ୍ରରେ ସଠିକ୍ ରୂପେ ମଳ ନିଷ୍କାସନର ପଦ୍ଧତି ଅବଲମ୍ୱନ କରୁଥିବେ ।
    3. ସମସ୍ତଙ୍କ ଘରେ ଶୌଚାଳୟ ଥିବ ଏବଂ ବ୍ୟବହାର କରୁଥିବେ ।
    4. ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପିଲାମାନେ ଶୌଚାଳୟ ବ୍ୟବହାର କରୁଥିବେ ।
    5. ଶିଶୁ ମାନଙ୍କ ମଳକୁ ସଠିକ୍ ଭାବେ ପରିଚାଳନା କରୁଥିବେ ।
    6. ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ ରେ ହାତ ଧୋଉଥିବେ ।
    7. ଗୋଷ୍ଠୀ ମଧ୍ୟରେ ବିଶୁଦ୍ଧ ପାନୀୟଜଳ ବ୍ୟବହାର କରିବା ଓ ପରିଷ୍କାର , ପରିଚ୍ଛନ୍ନତା ବିଷୟରେ ଆଲୋଚନା କରୁଥିବେ ।

    ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ)ର ଉଦେଶ୍ୟ –

    1. ଗ୍ରାମାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଓ ଖୋଲାରେ ମଳତ୍ୟାଗ ବନ୍ଦକରିବା ମାଧ୍ୟମରେ ଲୋକମାନଙ୍କର ଜିବନ ଶୌଳୀ ଓ ମାନର ଊନ୍ନତି କରିବା ।
    2. ୨୦୧୯ ଅକ୍ଟୋବର ୨ ସୁଧା ସମସ୍ତ ଗ୍ରାମାଞ୍ଚଳରେ ପରିମଳର (ପାଇଖାନା) ର ସୁବିଧା କିପରି ସମସ୍ତଙ୍କ ପାଖରେ ପହଁଚିବ ଯାହା ଦ୍ୱାରା କି ସ୍ୱଚ୍ଛ ଭାରତ ମିଶନ୍ ର ଲକ୍ଷ୍ୟ ହାସଲ କରାଯାଇପାରିବ ।
    3. ସଚେତନତା ଓ ସ୍ୱାସ୍ଥ୍ୟ ସମ୍ୱଦ୍ଧୀୟ ଶିକ୍ଷା ମାଧ୍ୟମରେ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ଏକ ଚିରସ୍ଥାୟୀ ପରିମଳ ଅଭ୍ୟାସକୁ ଅନୁସରଣ କରିବା ପାଇ ପ୍ରବର୍ତ୍ତାଇବା ।
    4. ସ୍ୱଳ୍ପମୂଲ୍ୟ ଓ ସଠିକ୍ ବୌଷୟିକ କୌଶଳ ଓ ଜ୍ଞାନ ମାଧ୍ୟମରେ ପରିବେଶ ସୁରକ୍ଷା ଓ ଏକ ନିରାପଦ ପରିମଳ ବ୍ୟବସ୍ଥା ଗଢ଼ିବା ପାଇଁ ଉତ୍ସାହିତ କରିବା ।
    5. ଗ୍ରାମାଞ୍ଚଳରେ ସାମଗ୍ରିକ ସ୍ୱଚ୍ଛତା ବଜାୟରଖିବା ପାଇଁ ଗୋଷ୍ଠୀ ମାଧ୍ୟମରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ନିଷ୍କାସନକୁ ପ୍ରାଧାନ୍ୟ ଦେବା ।