ସଫଳତା କାହାଣୀ
କ୍ଷୁଦ୍ର ବନ୍ଧ୍ୟା ଜମିରୁ ଦୁଗ୍ଧ ଉତ୍ପାଦକ ଚାଷୀର ଖୁସି ଆଡକୁ ଯାତ୍ରା
(ଏକ ସଫଳ କାହାଣୀ)

ମୁଖ୍ୟତଃ ଆଦିବାସୀ ଅଧ୍ୟୁକ୍ଷିତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଗ୍ରାମାଞ୍ଚଳ ଗରୀବ ଓ ଜୀବିକା ନିର୍ବାହ ପାଇଁ ସହାୟତାର ସଙ୍କଟ ଦେଇ ଗତି କରୁଥିବା ଆଦିବାସୀଙ୍କ ନିମନ୍ତେ ପଶୁଧନ ଅମୂଲ୍ୟ ସମ୍ପଦ ଅଟେ । ଜୟପୁର ବ୍ଲକର ଜାମୁଣ୍ଡା ଗ୍ରାମର ଶ୍ରୀଯୁକ୍ତ ରାମା ଭତ୍ରା ନିଜ ପିତାଙ୍କ ସହ ଦୀର୍ଘ ବର୍ଷହେଲା ଜଣେ କ୍ଷୁଦ୍ର ଆଦିବାସୀ ଚାଷୀ ଭାବେ ରହିଆସୁଛନ୍ତି । ପୂର୍ବରୁ ତାଙ୍କର ଜନ୍ମସ୍ଥାନ ଖଇରିମୁଣ୍ଡି ଠାରେ ତାଙ୍କ ବାପଙ୍କର ୨.୫ ଏକର ଜମି ଥିଲା, ଯାହାକି ପରିବାର ଚଳଣି ନିମନ୍ତେ ଯଥେଷ୍ଟ ନଥିଲା । କୃଷି ଉତ୍ପାଦନରୁ ମିଳୁଥିବା ସ୍ୱଳ୍ପ ଆୟ ପରିବାରର ଜୀବିକା ନିର୍ବାର ପାଇଁ ସହାୟକ ହେଉନଥିଲା । ତାପରେ ୨୦୦୭ ମସିହାରେ ତାଙ୍କ ବାପା ଜାମୁଣ୍ଡା ଗ୍ରାମରେ ୪.୦୦ ଏକର ଜମି କିଣିଲେ । ଯାହାକି କୌଣସି ପ୍ରକାର ଚାଷ ପାଇଁ ଉପଯୁକ୍ତ ନଥିଲା । ରାମ ଭତ୍ରା ମାତ୍ର ୯ମ ଶ୍ରେଣୀ ପଢିଥିଲେ । ITIର ଫିଟର ଟ୍ରେଡରେ ଯୋଗ୍ୟତା ହାସଲ କରିଥିଲେ । ସେ ଚିନ୍ତାକଲେ କିଛି ନୂତନ ଧରଣର ଉପାର୍ଜନ କରିବେ, ଯାହାକି ତାଙ୍କର ପରବର୍ତ୍ତୀ ପିଢିର ବିକାଶ ପାଇଁ ବାଟ କଢାଇବ ।
ବାପାଙ୍କର ସେହି ଶୁଷ୍କ ଅନୁର୍ବର ବନ୍ଧ୍ୟା ଜମିକୁ ଦେଖି ସେ ନିଳଗିରି ଚାଷ ଆରମ୍ଭ କାଲେ, ଯାହାକି ନିକଟସ୍ଥ ପେପର ମିଳରେ ବିକ୍ରି କଲେ । ଲୋକମାନେ ନିଳଗିରି ଚାଷ ପାଇଁ ତାଙ୍କୁ ନିରୁତ୍ସାହିତ କଲେ, କାରଣ ଜମି ଉଚ୍ଚ ଓ ଶୁଷ୍କ ଥିଲା । ଶ୍ରୀଯୁକ୍ତ ଭତ୍ରା କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଉପାର୍ଜନର ସ୍ଵାଦ ଚାଖିବା ପାଇଁ ନିସ୍ପତି ନେଲେ ଓ ଜମିରେ ନିଳଗିରି ଚାଷ ଆରମ୍ଭ କଲେ । ସାଢେ ତିନି ବର୍ଷ ମଧ୍ୟରେ ସେ ଉନ୍ନତ ଧରଣର ଗଛ ବିକ୍ରି ପାଇଁ ପାଇଲେ । ଏହି ବୃକ୍ଷରୋପଣ ମଧ୍ୟରେ ସେ କୋଳଥ, ରାଶି, ହଳଦୀ ଚାଷ ଦ୍ଵାରା ସେହି ସ୍ୱଳ୍ପ ସମୟ ମଧ୍ୟରେ ଭଲ ଉପାର୍ଜନ ପାଇଲେ ।

ସ୍ଥାନୀୟ ଅଞ୍ଚଳର ଆବଶ୍ୟାକତା ଅନୁସାରେ ଦୁଗ୍ଧ ଯୋଗାଇ ଦେବାପାଇଁ ଗାଈ ପାଳନର ଭାବନା ଶ୍ରୀଯୁକ୍ତ ଭତ୍ରାଙ୍କ ମନକୁ ଛୁଇଁଲା । ଗୋପାଳନ ବ୍ୟବସାୟ ଆରମ୍ଭ ନିମନ୍ତେ ସେ ବ୍ୟାଙ୍କକୁ ଗଲେ । ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯାହାଦ୍ୱାରା ଶୁଷ୍କ ଓ ଉଚ୍ଚ ଅନୁର୍ବର ଜମିକୁ ଚାଷ ଉପଯୋଗୀ କରିପାରିଥିଲେ ଜାଣି ବ୍ୟାଙ୍କ ସହାୟତା ପାଇଁ ରାଜି ହେଲେ । ଶ୍ରୀଯୁକ୍ତ ଭତ୍ରା ARD ବିଭାଗର ପରାମର୍ଶ ନେଇ ଓ CAE ଅଧୀନରେ ଗୋପାଳନ ନିମନ୍ତେ ୨୦ ଟି ଗାଈ ପାଇଁ ଆବେଦନ କଲେ । CDVO ଶ୍ରୀଯୁକ୍ତ ଭତ୍ରାଙ୍କ ଗୋପାଳନ ପାଇଁ ସମସ୍ତ ପ୍ରକାର ସହାୟତାର ହାତ ବଢାଇଲେ । ପରିଶେଷରେ ତାଙ୍କର ସ୍ଵପ୍ନ ସାର୍ଥକ ହେଲା । ସେ ସେହି ଅଞ୍ଚଳର ଜଣେ ଅଭିନବ ଓ ପ୍ରଗତିଶୀଳ ଚାଷୀ ଭାବେ ଗର୍ବର ସହ ଘୋଷଣା କରାଗଲା ।

ଶ୍ରୀଯୁକ୍ତ ଭତ୍ରାଙ୍କ ୧୩ଟି ବାଛୁରୀ ସହିତ ୨୦ ଟି ଦୁଗ୍ଧଜାତ ଗାଈ ଅଛି । ବର୍ତ୍ତମାନ ଦୈନିକ ୧୨୦ ଲିଟର କ୍ଷୀର ଉତ୍ପାଦନ ହେଉଛି ଯାହାକି ସେ ସ୍ଥାନୀୟ ଅଞ୍ଚଳରେ ଆବଶ୍ୟାକତାକୁ ନେଇ ଓମଫେଡକୁ ବିକ୍ରି କରୁଛନ୍ତି । ବର୍ତ୍ତମାନ ୭ଟି ଗାଈ A1 ମାଧ୍ୟମର ଗର୍ଭଧାରଣ କରିଛନ୍ତି । ସେ ୩ ଏକର ଜମିରେ ଗୋଖାଦ୍ୟ ନିମନ୍ତେ ଶଙ୍କର ଜାତୀୟ ନାପରେ ଷ୍ଟିଲୋ ଓ ମକା ଚାଷ ଇତ୍ୟାଦି କରିଛନ୍ତି । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ସେହି ଅଞ୍ଚଳର ପଶୁ ଖାଦ୍ୟ ସଂରକ୍ଷଣ ଖାତ ତିଆରି କରିଥିଲେ ଯାହାକି ଅଭାବ ସମୟରେ ଗାଇଙ୍କୁ ଖାଦ୍ୟ ଯୋଗାଇ ଦେବାରେ ସହାୟକ ହୋଇଥାଏ । ଏଥିସହିତ ତାଙ୍କର ଗୋଟିଏ ଚଷୁ କାଟିବା ଯନ୍ତ୍ର ଅଛି । ସେ ଅଭିନବ ଭାବେ ପାୱାର ଟିଲର କାର୍ଯ୍ୟରେ ଲଗାଇଥିଲେ ଯାହାକି ହାତଦ୍ଵାରା ପ୍ରସ୍ତୁତି ଅପେକ୍ଷା ଯନ୍ତ୍ରଦ୍ଵାରା ଚଷୁ କାଟିବା ହୋଇ ପାରୁଛି । ଏଥିସହିତ ନିରାପଦ ଓ ସଫା ଦୁଗ୍ଧ ପାଇଁ ତାଙ୍କର ୪୦ ଲିଟର ଧାରଣ କ୍ଷମତା ଥିବା ଦୁଗ୍ଧ ଯନ୍ତ୍ର ଅଛି । ସେହି ଗୋପାଳନରୁ ଉପାର୍ଜନ ତାଙ୍କର ସମସ୍ତ ଅର୍ଥନୈତିକ ଆବଶ୍ୟକତାକୁ ପୂରଣ କରିପାରୁଛି ଓ ସେ ସେହି ଅଞ୍ଚଳରେ ଗର୍ବର ସହ ଠିଆ ହୋଇ ପାରିଛନ୍ତି । ବର୍ତ୍ତମାନ ତାଙ୍କର ୪ ଏକର ଜମି ଯାହାକି ଘର, ଗାଈ ଗୁହାଳ ସହ ମିଶି ଅଛି । ସେ ତାଙ୍କର ବଡ ପୁଅଙ୍କୁ ଉଚ୍ଚଶିକ୍ଷା ନିମନ୍ତେ KISS ଭୁବନେଶ୍ଵର ପଠାଇଛନ୍ତି ଓ ଅନ୍ୟ ଦୁଇ ସନ୍ତାନକୁ ମଧ୍ୟ ଯଥା ସମ୍ଭବ ପ୍ରକ୍ରିୟାରେ ସର୍ବୋତ୍ତମ ଶିକ୍ଷା ପ୍ରଦାନ କରି ସମାଜରେ ଗର୍ବର ସହ ମୁଣ୍ଡଟେକି ଠିଆ ହେବା ପାଇଁ ଆଶା ରଖିଛନ୍ତି । ଆଜି ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ।
କେ. ରତ୍ନ ରେଡୀଙ୍କ ସଫଳତାର କାହାଣୀ
ମୁଁ ଶ୍ରୀ କେ. ରତ୍ନ ରେଡୀ, ପିତା ନାଗୀ ରେଡୀ ଗ୍ରାମ ସୋମଦାସପୁଟ, ଗ୍ରାମପଞ୍ଚାୟତ ଅନ୍ତା, ବ୍ଲକ ଜୟପୁର, ଜିଲ୍ଲା କୋରାପୁଟ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ । ମୁଁ କୃଷି ଓ ପଶୁପାଳନ କାର୍ଯ୍ୟରେ ନିବିଡ ଭାବେ ସମ୍ପୃକ୍ତ ହେଲି । ଯଥା ସମୟରେ ସମ୍ପୂର୍ଣ ମାଛ ଚାଷ ପାଇଁ ଆଗ୍ରହ ପ୍ରକାଶ କଲି । ତେଣୁ ବ୍ଲକସ୍ତରୀୟ ମତ୍ସ୍ୟଚାଷ ଅଧିକାରୀ, ଜଯପୁରଙ୍କ ସହ ଯୋଗାଯୋଗ କଲି ଓ ଅଧିକ ଲାଭ ଆଶାଥିବା ବ୍ୟବସାୟ ମତ୍ସ୍ୟଚାଷରେ ମୋର ଆଗ୍ରହ ଥିବା ପ୍ରକାଶ କଲି । ଯେହେତୁ ପୂର୍ବରୁ ମୋର ଏହି ମତ୍ସ୍ୟଚାଷ କାର୍ଯ୍ୟରେ ଯଥେଷ୍ଟ ଆଗ୍ରହ ଥିଲା ଓ ମୋର କେତୋଟି ପରିତ୍ୟକ୍ତ ପଖୋରୀରେ ମୁଁ ପୂର୍ବରୁ କ୍ଷୁଦ୍ର ବ୍ୟବସାୟ ଭିତ୍ତିକ ମତ୍ସ୍ୟଚାଷ କରୁଥିଲି । ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ସାକ୍ଷାତ କଳା ପରେ ମୁଁ ସେହି ପରିତ୍ୟକ୍ତ ପଖୋରୀକୁ ପୁନଃରୁଦ୍ଧାର କରି ନୂତନ ଭାବେ ମତ୍ସ୍ୟଚାଷ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି ।

ଏହା ପରେ ମତ୍ସ୍ୟଚାଷ ବିଭାଗ ଏଫ୍ ଏଫ୍ ଡି ଏ (FFDA) ର ପୋଖରୀ ପୁନଃରୁଦ୍ଧାର ଯୋଜନା ଅଧୀନରେ ପୁନଃରୁଦ୍ଧାର ପାଇଁ ଆବେଦନ କଲି । ମୋ ନିଜସ୍ଵ ଆର୍ଥିକ ଉତ୍ସରୁ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷ ପ୍ରକଳ୍ପ ମୋଟ ୩.୬୭ ହେକ୍ଟର @ ୪୫୮୭୫୦.୦୦ ମୂଲ୍ୟର ଆରମ୍ଭ କଲି । ଯେଉଁଥିରୁ ୪୫% ସରକାରୀ ଛାଡ ପାଖାପାଖି ୨୦୬୪୩୫.୦୦ ଟଙ୍କା ପାଇଥିଲି । ମତ୍ସ୍ୟଚାଷ ବିଭାଗର ଉପଯୁକ୍ତ ତତ୍ତ୍ଵାବଧାନରେ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ ଆରମ୍ଭ କଲି । ଯାହାକି ମୋର ଏହି ସମ୍ପର୍କିତ ଜ୍ଞାନ ଓ ଦକ୍ଷତା ବିକାଶରେ ଯଥେଷ୍ଟ ସହାୟକ ହେଲା । ପୋଖରୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କଲି ଓ ପରବର୍ତ୍ତୀ ସମୟରେ ମତ୍ସ୍ୟଚାଷ ଆରମ୍ଭ କଲି । ଏହି ସମୟରେ ମୋ ସହ ମୋ ସ୍ତ୍ରୀ ଏହି ମତ୍ସ୍ୟଚାଷ ସହିତ ସମ୍ପୃକ୍ତ ହେଲେ ଓ ବିଭିନ୍ନ ମତ୍ସ୍ୟଚାଷ ଓ ଦକ୍ଷତା ଅଭିବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ଯାହାକି ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ଉପରେ ଜ୍ଞାନ ହାସଲରେ ସହାୟକ ହେଲା ।

ମୁଁ ପୋଖରୀରେ ୧ ବର୍ଷରୁ ୨ ବର୍ଷ ସମୟସୀମା ମଧ୍ୟରେ ଅଧିକ ଉପାର୍ଜନ କ୍ଷମ ମତ୍ସ୍ୟ ଅଗ୍ରୀମ ମହଜୁଦ ରଖିଲି ଓ ଉନ୍ନତ ଉପକରଣ ଯନ୍ତ୍ରପାତି, ଭାରସାମ୍ୟ ରକ୍ଷାକରୁଥିବା ଭାସମାନ ଖାଦ୍ୟ ବ୍ୟବହାର କଲି, ଯାହାର ଫଳ ସ୍ଵରୂପ ଅଧିକ ଲାଭବାନ ହେଲି । ମୁ ପ୍ରଥମ ବର୍ଷ ମାଛଚାଷରୁ ପ୍ରାୟ ୭.୦୦ ଲକ୍ଷ୍ୟ ଟଙ୍କା ଆୟ କରିଥିଲି ଯାହାକି ମୋତେ ଏହି ମାଛଚାଷକୁ ଜୀବନ ଧାରଣର ମୁଖ୍ୟ ଭାବେ ଗ୍ରହଣ କଲି । ମୋର ଏହି ମତ୍ସ୍ୟ ମତ୍ସ୍ୟଚାଷର ବଡ ସଫଳତାକୁ ଲକ୍ଷ୍ୟ କରି ଆଖପାଖ ଗାଁର ବହୁଲୋକ ପ୍ରଭାବିତ ହେଲେ ଓ ପରବର୍ତ୍ତୀ ସମୟରେ ଏହି ଚାଷକୁ ଜୀବିକା ନିର୍ବାହର ମାଧ୍ୟମଭାବେ ଗ୍ରହଣ କରିନେଲେ । କେବଳ ମୁଁ ମୋ ଅଞ୍ଚଳର ଜଣେ ସଫଳ ମତ୍ସ୍ୟଚାଷୀ ନୁହେଁ ବରଂ ନୂତନ ଓ ସ୍ୱଳ୍ପ ମତ୍ସ୍ୟଚାଷୀଙ୍କ ବିକାଶ ପାଇଁ ବାର୍ତ୍ତା ପ୍ରସାରଣର ମଧ୍ୟମାଟିଏ ହେଲି । ଏଥି ପାଇଁ ମୁଁ ଗର୍ବ ଅନୁଭବ କରେ ଓ ମତ୍ସ୍ୟଚାଷ ବିଭାଗ ଦ୍ଵାରା ମୋତେ ନିରବିଛିନ୍ନ ଭାବେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାୟତା ଦେଲେ, ଯାହାକି ମୋର ମତ୍ସ୍ୟଚାଷ ଉତ୍ପାଦନ ବୃଦ୍ଧି ହେଲା ଓ ଆମ ରାଜ୍ୟ ମତ୍ସ୍ୟଉତ୍ପାଦନରେ ନିଜସ୍ୱ ଭରସା ସୃଷ୍ଟି କରିପାରିଲା । ତେଣୁ ମତ୍ସ୍ୟଚାଷ ବିଭାଗ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
ଶ୍ରୀ ଚନ୍ଦୁଲାଲ ଚାଊଡା, ପିତା ହରୀବ ଚାଉଡା ବୟଶ ୮୨ ବର୍ଷ ଗ୍ରାମ ଯୁଗଲପଡା ଗ୍ରା:ପ: ବୋଇପାରିଗୁଡା। କୃଷିଫାର୍ମଟିର ନାମ “ଚାଉଡା କୃଷିଫାର୍ମ”। ଫାର୍ମଟିର କ୍ଷେତ୍ରଫଳ ୨୦.୦୦ ଏକର ମୂଖ୍ୟତ ମଧ୍ୟମ ଏବଂ ଢିପ ଜମି। ବୋଇପରିଗୁଡା ଠାରୁ ଗୁପ୍ତେଶ୍ବର ଯିବା ରାସ୍ତାରେ ୬ କିଲୋମିଟର ପରେ ରାସ୍ତାର ଡାହାଣ ପଟେ ଏହି ଫାର୍ମଟି । ସେ ଆଶା ରଖିଛନ୍ତି ଭବିଷ୍ୟତରେ ଏହି ଫାର୍ମଟି ଏକ ଜ୍ଞାନର ସ୍ରୋତ ହେବ ଚାଷୀଙ୍କ ପାଇଁ ଏବଂ ପରିବେଶବିତ୍ତଙ୍କ ପାଇଁ ଏକ ଜୈବିକ ପର୍ଯ୍ୟଟନ କ୍ଷେତ୍ର।
ଜଯପୁର ସହରରେ ଚୂନ ବ୍ୟବସାୟ କରୁଥିବା ଶ୍ରୀ ଚାନ୍ଦୁଲାଲ ବିମୁଖଭାବ ଆସିଲା ପରେ କୃଷିକୁ ଏକ ଆୟ ଅବିବୃଦ୍ଧି ପନ୍ଥା ହିସାବରେ ଆପଣେଇ ନିଅନ୍ତି। ୧୯୯୬ ମସିହାରେ କୃଷି ନିମନ୍ତେ, ଏହି ଗ୍ରାମରେ ୧୧ଏକର ପରିମୀତ ଜମି କିଣନ୍ତି ନିଜ ସଞ୍ଚିତ ଧନରୁ। ଜଳସେଚନ ପାଇଁ ଏକ ନଦୀରୁ ବେସରକାରୀ ଉଠାଜଳସେଚନ ସ୍ଥାପନ କରି ପନିପରିବା ଚାଷ ଆରମ୍ଭ କରିଥିଲେ, ଏବଂ ଭଲ ରୋଜଗାର କରିଥିଲେ। ପ୍ରାପ୍ତ ଲାଭାଂଶରୁ ନିଜ ଜମିକୁ ଜଳସେଚନ କରିବା ପାଇଁ ବୋରୱେଲ ଟିଏ ମଧ୍ୟ କରିଥିଲେ। ଜମିର ଉତ୍ପାଦନ ସଘନତାକୁ ବଢେଇବା ପାଇଁ ବର୍ଷକୁ ୩ଟି ଫସଲ କଲେ। ଅଧିକ ଉତ୍ପାଦନ ସଘନତା ଯୋଗୁଁ ଜମିର ଉତ୍ପାଦକତା ଶକ୍ତି କମିବାରୁ ବାଧ୍ୟହୋଇ ରାସାୟନିକ ଉପାୟରେ ଚାଷ କଲେ, କିନ୍ତୁ ଏହାର ପ୍ରଭାବରେ ଜମିର ଉର୍ବରତା କମିଗଲା ଏବଂ ରୋଗପୋକରୁ ଫସଲକୁ ବଞ୍ଚେଇବାପାଇଁ ଆଧିକ ହେଇଥିଲେ। ଏପରି ଖର୍ଚାନ୍ତ ହେବା ଦେଖି ଘର ଏବଂ ପରିବାର ସଦଶ୍ୟ ଜିଦ ଧରିଲେ କି ଚାଷ ନକରିବା ପାଇଁ। ହଠାତ ଦିନେ ଦେଖାହୁଏ କୃଷି ବିଭାଗର କର୍ମକର୍ତାଙ୍କ ସହିତ ଏବଂ ତାଙ୍କ ପରାମର୍ଶ କ୍ରମେ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ଫଳାଫଳକୁ ଅପେକ୍ଷା କଲେ। ଏହି ସମୟରେ ମୃତ୍ତିକା ରସାୟନବିତ୍ତ ସେମିଲିଗୁଡାଙ୍କ ଠାରୁ ପ୍ରେରିତ ହୁଅନ୍ତି ଜୈବିକ ଉପାୟରେ ଚାଷ କରିବାପାଇଁ। ବିଶ୍ଵାସ ହେଉନଥିଲେ ମଧ୍ୟ ଚାଲିଯାଆନ୍ତି ତାଙ୍କ ସାଙ୍ଗମାନଙ୍କ ସହିତ ପରାମର୍ଶ କରିବା ପାଇଁ, ଛତିଶଗଡର ରାଯପୁର ଏବଂ ଜଗଦଲପୁର। ପୁଣି ସେଠାରୁ ଫେରିବାପରେ ଆଲୋଚନାରେ ସାହାଯ୍ୟ କରନ୍ତି ତାଙ୍କ ପୁଅ, ଯୀଏକି ଇଣ୍ଟରନେଟରୁ ତାଙ୍କୁ କିଛି ଉପାଦେୟ ସୂଚନା ଦିଅନ୍ତି ଜୈବିକ କୃଷି ପଦ୍ଧତି ବିଷୟରେ।
ଏପ୍ରକାରେ ପୂର୍ଣମାତ୍ରାରେ ସେ ତାଙ୍କର ଜୈବିକ କୃଷିପଦ୍ଧତିକୁ ଆପଣେଇଲାପରେ, ୨୦୧୩ ମସିହା ରେ ହଠାତ ଦିନେ ସାକ୍ଷାତ କଲେ ଉଦ୍ୟାନକୃଷି ବିଭାଗର କର୍ମକର୍ତ୍ତା ଜଯପୁରଙ୍କ ସହିତ ଏବଂ ଅବଗତ ହେଲେ ଜୈବିକକୃଷି ତଥା ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ, ଉଦ୍ୟାନ ବିଭାଗରୁ ୨୦ ଏକର ଜମି ପାଇଁ ଡ୍ରିପ ଜଳସେଚନ ନିମନ୍ତେ ଆବେଦନ କରି ନିଜ ଜମିରେ ଏହି ବ୍ୟବସ୍ଥାକୁ ଲାଗୁ କରନ୍ତି। ଏହାର ରିହାତି ରାଶି ପାଇବାପରେ, ୨୫୦୦୦ ବର୍ଗଫୁଟର ସେଡନେଟ୍ ନିର୍ମାଣ କରନ୍ତି, ଏବଂ ସେଠାରେ ଅଦିନିଆ ପନିପରିବା ଚାଷ କରି ଭଲ ରୋଜଗାର କରନ୍ତି। ଏହା ପରେପରେ କୃଷିବିଭାଗ ଓ ଉଦ୍ୟାନ କୃଷିବିଭାଗ ସହିତ ପରାମର୍ଶ କରି ରିହାତିଦରରେ ମିଳୁଥିବା ଟ୍ରାକ୍ଟର୍, ଏମ॰ବି॰ ପ୍ଲାଓ, ଘାସବଛା ଯନ୍ତ୍ର, ହୁଡାଦେବା ଯନ୍ତ୍ର, ରୋଟାଭେଟର୍ ଏବଂ ପାୱାରଟିଲର୍ କିଣନ୍ତି, ଯାହାଫଳରେ କମଖର୍ଛ ଏବଂ କମ ସମୟରେ ଦକ୍ଷତାର ସହିତ କୃଷିକାର୍ଯ୍ୟ ସମ୍ପାଦନ କରନ୍ତି।
ଜୈବିକ କୃଷି ପାଇଁ ଜୈବିକଖତ, ସବୁଜସାର, ପଞ୍ଚଗବ୍ୟ ବ୍ୟବହାର ଆଦି ବିଷୟରେ ତାଙ୍କର ନାମ ପ୍ରଚାରପ୍ରାସାର ହେବାରେ ଲାଗିଛି। ତାଙ୍କୁ ଅନୁଶରଣ କରି ବୋଇପାରିଗୁଡା ବ୍ଲକ୍ର ମୁଦୁଲିଗୁଡା ଗ୍ରାମର ଶ୍ରୀ ମୋହନ ରାଓ ଓ ତାଙ୍କସହିତ ଆଉ ପାଞ୍ଚଜଣ ଚାଷୀ ଜୈବିକଚାଷକୁ ଆପଣେଇଛନ୍ତି ସେ ବର୍ତମାନ ବର୍ଷକୁ ପ୍ରାୟ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଆଶା ରଖନ୍ତି ଭବିଷ୍ୟତରେ ଗୁପ୍ତେଶ୍ବର ପୀଠକୁ ଆସୁଥିବା ଶ୍ରାଦ୍ଧଲୁମାନେ ତାଙ୍କରି ଫାର୍ମ କେଇଉ ଆସି କିଛି ସୂଚନା ଜୈବିକ କୃଷି ବିଷୟରେ ପାଇବେ ବା ଦେଇକି ଯିବେ ଯା ଫଳରେ କୋରାପୁଟ ଜିଲ୍ଲାର ଚିରନ୍ତନ କୃଷିର ବିକାଶ ହୋଇ ପାରିବ