କୃଷି ରାଜ୍ୟ ଯୋଜନା
ଉନ୍ନତ ଶସ୍ୟ ଉତ୍ପାଦନ ପ୍ରଣାଳୀରେ ସହାୟତା
- ଧାଡି ବୁଣା ଏବଂ ଧାଡି ରୁଆ : ଧାନ ଫସଲରେ ଧାଡି ବୁଣା କିମ୍ବା ଧାଡି ରୁଆ ପାଇଁ ହେକ୍ଟର ପ୍ରତି ୧,୫୦୦ ଟଙ୍କାର ସହାୟତା ରାଶିର ବ୍ୟବସ୍ଥା କରାଯାଇଛି ।
- ବିହନ ବିଶୋଧନ ଅଭିଯାନ : ରାସାଯନିକ ବିଷ ଦ୍ଵାରା ବିହନ ବିଶୋଧନ ପାଇଁ ହେକ୍ଟର ପ୍ରତି ୧୦୦ ଟଙ୍କା ସହାୟତା ରାଶିର ବ୍ୟବସ୍ଥା କରାଯାଇଛି ।
ଶ୍ରୀ ପ୍ରଣାଳୀର ପ୍ରୋତ୍ସାହନ :
ଧାନ ଫସଲରେ ସଘନିକରଣ ପ୍ରଣାଳୀ (ଶ୍ରୀ) ଚାଷ ପାଇଁ ହେକ୍ଟର ପ୍ରତି ୫,୦୦୦ ଟଙ୍କା ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।
ବୈଷୟକ ଆଖୁ ଉନ୍ନଯନ ମିଶନ :
- ଚିର ପୋଷ୍ୟମାନ ଆଖୁ ଚାଷର ସୂତ୍ରପାତ (ଏସ.ଏସ.ଆଇ) : ଏହି ଯୋଜନାରେ ହେକ୍ଟର ପ୍ରତି ୨୦,୦୦୦ ଟଙ୍କାର ସହାୟତା ରାଶି ( ଟ୍ରେ , ଆଖୁ କାଟ ଯନ୍ତ୍ର , ରାସାଯନିକ ସାର ଓ କୀଟନାଶକ)
- ମୂଳି ଫସଲ ପରିଚାଳନା ପ୍ରଦର୍ଶନ : ଏହି ଯୋଜନାରେ ହେକ୍ଟର ପ୍ରତି ୧୨,୫୦୦ ଟଙ୍କାର ସହାୟତା ରାଶି ( ବିହନ, ସାର, ପୋକମାର ଔଷଧ , ଜୈବ କୀଟନାଶକ , ଜୀବାଣୁ ସାର ଓ ୧,୦୦୦ ଟଙ୍କାର ଟ୍ରାସ ପୋତିବା ସହାୟତା )
କୃଷି କ୍ଷେତ୍ରରେ ସଘନୀ ସଂପ୍ରସାରଣ ଅଭିଯାନ :
ସର୍ବସାଧାରଣଙ୍କ ମଧ୍ୟରେ ବିଭାଗୀୟ ଯୋଜନା ଏବଂ ଉନ୍ନତ ପ୍ରଣାଳୀରେ କୃଷି କାର୍ଯ୍ୟ ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକରି ହେଉଛି ।
- କୃଷି ରଥ:
- ବ୍ଲକ ସ୍ତରୟ କୃଷକ ସମ୍ପର୍କ ମେଳା ଆୟୋଜନ:
ଭୁପୃଷ୍ଠ ଓ ଭୂତଳ ଜଳର ବ୍ୟବହାର:
ଆର.ଆଇ.ଡ଼ି.ଏଫ. ସହାୟତାରେ ନିଜସ୍ୱ ମାଲିକାନାରେ ଉଠା ଜଳ ସେଚନ (ଅଗଭୀର ନଳକୂପ, ଗଭୀର ନଳକୂପ, ନଦୀ ଉଠା / ଭୁପୃଷ୍ଠ ଜଳସେଚନ ପ୍ରକଳ୍ପ ) ସ୍ଥାପନ ପାଇଁ ରାଜ୍ୟ କୃଷି ନୀତି ୨୦୧୩ର ନୀତି ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ । ଏହା ଦୁଇ ଭାଗରେ ବିଭକ୍ତ ଯଥା : ଜଳନିଧି -୧ ଏବଂ ଜଳନିଧି -୨( ଜଳସମ୍ପଦ ବିଭାବ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମ ଜରିଆରେ କାର୍ଯକାରୀ ହୋଇଥାଏ।
- ଜଳନିଧି -୧ :
- ଗଭୀର ନଳକୂପ ପ୍ରକଳ୍ପ ଖର୍ଛରେ ଶତକଡା ୭୫ ଭାଗ କିମ୍ବା ସର୍ବାଧିକ ଟ॰ ୫୦,୦୦୦ ଙ୍କା ର (ବିଦ୍ୟୁତ୍ କରଣ ଖର୍ଛକୁ ଚ୍ଛାଡ଼ି) ରିହାତି ଏବଂ ଅଧିକନ୍ତୁ ବିଦ୍ୟୁତ୍ କରଣ ଖର୍ଛ ର ଶତକଡା ୭୫ ଭାଗ କିମ୍ବା ସର୍ବାଧିକ ଟ॰ ୫୦,୦୦୦ ଙ୍କାର ରିହାତି ର ବ୍ୟବସ୍ଥା ର ସୁବିଧା ରହିଅଛି।
- ସେଚକୂପ: ପ୍ରକଳ୍ପ ପ୍ରତି ଶତକଡା ୭୫% ଭାଗ ଏବଂ ସର୍ବାଧିକ ୭୫,୦୦୦ ଙ୍କାର ରିହାତି ର ବ୍ୟବସ୍ଥା ର ସୁବିଧା ରହିଅଛି।
- ଭୁପୃଷ୍ଠ/ ନାଦୀଉଠା: ପ୍ରକଳ୍ପ ପ୍ରତି ଶତକଡା ୭୫% ଭାଗ ଏବଂ ସର୍ବାଧିକ ୬୦,୦୦୦ ଙ୍କାର ରିହାତି ର ବ୍ୟବସ୍ଥା ର ସୁବିଧା ରହିଅଛି। (ଗୋଷ୍ଠୀ/ରେଜିସ୍ଟେଟ ସସ୍ଥା ପାଇଁ ଶତକଡା ୯୦ ଭାଗ ରିହାତି ର ବ୍ୟବସ୍ତା ରହିଅଛି ସର୍ବନିମ୍ନ ୪୦ ହେକ୍ଟର ଜମିରେ ଜଳସେଚିତ ହେବ ଅନିର୍ବାଜ୍ୟ)
ବିଜୁ କୃଷକ କଲ୍ୟାଣ ଯୋଜନା (ବି॰କେ॰କେ.ୱାଇ):
କୃଷକ ଏବଂ ତାଙ୍କ ପରିବାର ର ସଦଶ୍ୟ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସକାଶେ ଏହି ବି॰ କେ॰ କେ॰ ୱାଇ॰ ଯୋଜନା ରାଜ୍ୟ ରେ ପ୍ରଚଳିତ ହେଉଅଛି । ୨୦୧୩ ମସିହା ରୁ ଏହି ଯୋଜନା ଅନ୍ତରଗତ ଦୁଇଟି ସ୍ରୋତରେ ଗୋଟିଏ ପରିବାରର ୫ ଜଣ ସଦଶ୍ୟଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ସ୍ରୋତ-୧ ରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ପରିବାର ର ସଦଶ୍ୟ ମାନଙ୍କୁ ବୀମାର ପରିମାଣ ଯଥାକ୍ରମେ ଟ॰୩୦,୦୦୦ ଏବଂ ୭୦,୦୦୦ ଟଙ୍କାର ବ୍ୟବସ୍ତା କରାଯାଇଅଛି। ସେହିଭଳି ବି॰କେ॰କେ॰ୱାଇ॰ର ସ୍ରୋତ-୨ ରେ ଥିବା ପରିବାର ଗୁଡିକ ବୀମାର ପରିମାଣ ୭୦,୦୦୦ ଟଙ୍କା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ରୁ ୩୦,୦୦୦ ଟଙ୍କାର ବ୍ୟବସ୍ତା କରାଯାଇଅଛି।
ବିଜୁ କୃଷକ କଲ୍ୟାଣ ଯୋଜନା (ବି॰କେ॰କେ.ୱାଇ):
କୃଷକ ଏବଂ ତାଙ୍କ ପରିବାର ର ସଦଶ୍ୟ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସକାଶେ ଏହି ବି॰ କେ॰ କେ॰ ୱାଇ॰ ଯୋଜନା ରାଜ୍ୟ ରେ ପ୍ରଚଳିତ ହେଉଅଛି । ୨୦୧୩ ମସିହା ରୁ ଏହି ଯୋଜନା ଅନ୍ତରଗତ ଦୁଇଟି ସ୍ରୋତରେ ଗୋଟିଏ ପରିବାରର ୫ ଜଣ ସଦଶ୍ୟଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ସ୍ରୋତ-୧ ରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ପରିବାର ର ସଦଶ୍ୟ ମାନଙ୍କୁ ବୀମାର ପରିମାଣ ଯଥାକ୍ରମେ ଟ॰୩୦,୦୦୦ ଏବଂ ୭୦,୦୦୦ ଟଙ୍କାର ବ୍ୟବସ୍ତା କରାଯାଇଅଛି। ସେହିଭଳି ବି॰କେ॰କେ॰ୱାଇ॰ର ସ୍ରୋତ-୨ ରେ ଥିବା ପରିବାର ଗୁଡିକ ବୀମାର ପରିମାଣ ୭୦,୦୦୦ ଟଙ୍କା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ରୁ ୩୦,୦୦୦ ଟଙ୍କାର ବ୍ୟବସ୍ତା କରାଯାଇଅଛି।
ଯନ୍ତ୍ରପାତି / ସରଞ୍ଜାମ | ରିହାତି ବ୍ୟବସ୍ଥା |
---|---|
ଟ୍ରାକ୍ଟର୍ (୪୦ପି ॰ଟି॰ ଓ ଏଚ॰ପି॰ ଟ୍ରାକ୍ଟର୍ ପଯ୍ୟନ୍ତ) | ମୂଲ୍ୟର ୫୦% ସର୍ବାଧିକ ୯୦,୦୦୦ ଟଙ୍କା |
ପାୱାରଟିଲର | |
୮ ବି ॰ଏଚ॰ପି॰ ଏବଂ ତଦୁର୍ଦ୍ଧ୍ବ | ମୂଲ୍ୟର ୫୦% ସର୍ବାଧିକ ୭୫,୦୦୦ ଟଙ୍କା |
୮ ବି ॰ଏଚ॰ପି॰ ରୁ କମ | ମୂଲ୍ୟର ୫୦% ସର୍ବାଧିକ ୪୦,୦୦୦ ଟଙ୍କା |
ସ୍ଵୟଚାଳିତ ଯନ୍ତ୍ରପାତି | |
ଧାନ କଟା ଯନ୍ତ୍ର | ମୂଲ୍ୟର ୫୦% ସର୍ବାଧିକ ୮୦,୦୦୦ ଟଙ୍କା |
ଧାନ କଟା ଯନ୍ତ୍ର ତଥା ବାଇଣ୍ଡର | ମୂଲ୍ୟର ୫୦% ସର୍ବାଧିକ ୧୫୦,୦୦୦ ଟଙ୍କା |
ଗଛରେ ଚାଲିବା ଧାନ ରୁଆ ଯନ୍ତ୍ର | ମୂଲ୍ୟର 7୫% ସର୍ବାଧିକ ୧୫୦,୦୦୦ ଟଙ୍କା |
ରାଇଡିଙ୍ଗ୍ ଟାଇପ ଧାନରୁଆ ଯନ୍ତ୍ର | ମୂଲ୍ୟର ୭୫% ସର୍ବାଧିକ ୫,୦୦,୦୦୦ ଟଙ୍କା |
ବିଛଣା ତଳି ପାଇଁ ତଳି ଉତ୍ତାରିବା ଯନ୍ତ୍ର | ମୂଲ୍ୟର ୭୫% ସର୍ବାଧିକ ୨,୦୦,୦୦୦ ଟଙ୍କା |
ସ୍ଵତନ୍ତ୍ର ଶକ୍ତିଚାଳିତ ଯନ୍ତ୍ରପାତି | |
ସମସ୍ତ ପ୍ରକାର ଅକସିଆଲ୍ ଫ୍ଲୋ ଥ୍ରେସର | ମୂଲ୍ୟର ୫୦% ସର୍ବାଧିକ ୭୦,୦୦୦ ଟଙ୍କା |
ରୋଟାଭେଟର / ରୋଟାରିଟିଲର | ମୂଲ୍ୟର ୭୫% ସର୍ବାଧିକ ୮୦,୦୦୦ ଟଙ୍କା |
ଅନ୍ୟାନ୍ୟ ଯଥା : ଚିନାବାଦାମ ଖୋଳା ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର, ବ୍ରସକଟର,ପୋଷ୍ଟ ହୋଲ୍ଡିଗର, ଷ୍ଟ୍ରରିପର | ମୂଲ୍ୟର ୫୦% ସର୍ବାଧିକ ୬୦,୦୦୦ ଟଙ୍କା |
ଅମଳ ପରବର୍ତ୍ତୀ ଯନ୍ତ୍ରପାତି ଯଥା: ରବର ସେଲର, ମିନି ତେଲ ମିଲ୍, ମିନି ଡାଲି ପ୍ରକ୍ରିୟାକରଣ ୟୁନିଟ, ସମସ୍ତ ପ୍ରକାର କ୍ଲିନର ତଥା ଗ୍ରେଡର, ଶକ୍ତିଚାଳିତ ଚିନାବାଦାମଚୋପା ଛଡାଇବା ଯନ୍ତ୍ର, ମକା ଛଡାଇବା ଯନ୍ତ୍ର ଓ ଅନ୍ୟାନ୍ୟ ସମ୍ପୃକ୍ତ ଯନ୍ତ୍ର | ମୂଲ୍ୟର ୭୫% ସର୍ବାଧିକ ୨,୦୦,୦୦୦ ଟଙ୍କା |
ଶକ୍ତି ଚାଳିତ ଯନ୍ତ୍ରପାତି (ଟ୍ରାକ୍ଟର୍ / ପାୱାରଟିଲର / ପାରମ୍ପାରିକ ଯନ୍ତ୍ରପାତି) | |
ଡ଼ିସ୍କ ପ୍ଲାଉ / ମାଟି ଟେଳା ଭାଙ୍ଗିବା ଯନ୍ତ୍ର, ସମସ୍ତ ପ୍ରକାର ଏମ ବି ପ୍ଲାଊ , ସମସ୍ତ ପ୍ରକାର ଟିଲର, ରିଜର, ଲେବଲର, ପାୱାରଟିଲର, ଟ୍ରେଲର ଇ ଇତ୍ୟାଦି | ମୂଲ୍ୟର ୫୦% ସର୍ବାଧିକ ୨୫,୦୦୦ ଟଙ୍କା |
ସମସ୍ତ ପ୍ରକାର ମଞ୍ଜି ତଥା ସାର ବୁଣାଯନ୍ତ୍ର, ଜିରୋଟିଲ୍ ତଥା ବିହନ ବୁଣାଯନ୍ତ୍ର | ମୂଲ୍ୟର ୭୫% ସର୍ବାଧିକ ୨,୦୦,୦୦୦ ଟଙ୍କା |
ହସ୍ତଚାଳିତ ଯନ୍ତ୍ରପାତି / ପଶୁଚାଳିତ ଯନ୍ତ୍ରପାତି | ମୂଲ୍ୟର ୭୫% ସର୍ବାଧିକ ୬,୦୦୦ ଟଙ୍କା |
ବଳଦଟଣା ଯନ୍ତ୍ରପାତି: ମଲ୍ଟି ଟୁଲ ବାର / ଟ୍ରୋପିକୁଲ୍ଟର (ସର୍ବନିମ୍ନ ୪ଟି ସଂଯୁକ୍ତ ଯନ୍ତ୍ର / ଗିଲିଫୁଟିଥିବା ଧାନ ବିହନ ବୁଣା ଯନ୍ତ୍ର) | ମୂଲ୍ୟର ୫୦% ସର୍ବାଧିକ ୧୨,୦୦୦ ଟଙ୍କା |
ସମସ୍ତ ପ୍ରକାର ପାୱାର ଥ୍ରେସର | ମୂଲ୍ୟର ୫୦% ସର୍ବାଧିକ ୨୪,୦୦୦ ଟଙ୍କା |
ଡିଜେଲ୍ / ଇଲେକଟ୍ରି / ପେଟ୍ରୋଲ / କିରୋସିନୀ ଚାଳିତ ମନୋବ୍ଲକ୍ ପମ୍ପସେଟ୍(୧ କିଲୋୱାଟ୍ ରୁ ୭.୫ କିଲୋୱାଟ୍ ୧୦ ବି ॰ଏଚ॰ପି॰ | ମୂଲ୍ୟର ୫୦% ସର୍ବାଧିକ ୧୫,୦୦୦ ଟଙ୍କା |
ଲେଜର ଗାଇଡେଡ୍ ଲେବ୍ଲର | ମୂଲ୍ୟର ୭୫% ସର୍ବାଧିକ ୩,୦୦,୦୦୦ ଟଙ୍କା |
ଫସଲ ସୁରକ୍ଷା ଯନ୍ତ୍ରପାତି | |
ହସ୍ତଚାଳିତ | ମୂଲ୍ୟର ୫୦% ସର୍ବାଧିକ ୧,୬୦୦ ଟଙ୍କା |
ଶକ୍ତିଚାଳିତ | ମୂଲ୍ୟର ୫୦% ସର୍ବାଧିକ ୪,୦୦୦ ଟଙ୍କା |
ଟ୍ରାକ୍ଟୋର୍ ମାଉନ୍ଟେଡ୍ | ମୂଲ୍ୟର ୫୦% ସର୍ବାଧିକ ୮,୦୦୦ ଟଙ୍କା |
ଏରୋବ୍ଲାଷ୍ଟ୍ ସିଞ୍ଚନ ଯନ୍ତ୍ର | ମୂଲ୍ୟର ୫୦% ସର୍ବାଧିକ ୫୦,୦୦୦ ଟଙ୍କା |
କମ୍ବାଇନ ହାରଭେଷ୍ଟର୍ | |
ସ୍ଵୟ°ଚାଳିତ ଟ୍ରାକ୍ ଟାଇପ / ହ୍ବିଲ୍ ଟାଇପ | ମୂଲ୍ୟର ୫୦% ସର୍ବାଧିକ ୬,୦୦,୦୦୦ ଟଙ୍କା |
ଟ୍ରାକ୍ଟର ମାଉନ୍ଟେଡ୍ କମ୍ବାଇନ୍ | ମୂଲ୍ୟର ୫୦% ସର୍ବାଧିକ ୫,୦୦,୦୦୦ ଟଙ୍କା |
କୃଷକ ମାନଙ୍କୁ କୃଷି ଉଦ୍ୟୋଗ ଆରମ୍ଭ ପାଇଁ ସହାୟତା:
ବ୍ୟବସାୟୀକ କୃଷି ଉଦ୍ୟଗ ସ୍ଥାପନ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ପୁଞ୍ଜିନିବେଶରେ ରିହାତି ପ୍ରଦାନ କରାଯାଉଛି । ରିହାତି ପ୍ରଦାନ ଦାବି(ଏସ॰ ଆର॰ ସି ) ଅନୁଯାୟୀ ଅର୍ଥ ଏପିକଳରୁ ହିତାଧୀଡକାରୀମାନଙ୍କୁ ପ୍ରଦାନ କରାଯାଏ ।
ରାଜ୍ୟର ଆଦିବାସୀ ବହୁଳ ଜିଲାରେ ଲଘୁଶଷ୍ୟ ଉପରେ ସ୍ଵତନ୍ତ୍ର କାର୍ୟକ୍ରମ:
ରାଜ୍ୟର ଆଦିବାସୀ ଅଞ୍ଚଳରେ ପୋଷ୍ଟିକ ସୁରକ୍ଷା ପାଇଁ ଏହି ଯୋଜନା କୃଷି ବିଭାଗ, ଏନ॰ସି॰ଡ଼ି॰ ଏସ ଏବଂ ବେସରକାରୀ ସସ୍ଥା ଙ୍କ ସହଯୋଗୀତାରେ ରାଜ୍ୟରେ କାର୍ଯକାରୀ ହଉଅଛି।
ଯୋଜନାର ଲକ୍ଷ୍ୟ ଓ ଉଦେଶ୍ୟ
- ପୌଷ୍ଟିକ ସୁରକ୍ଷା ନିମନ୍ତେ ଲଘୁଶଷ୍ୟ ଫସଲର ଖାଦ୍ୟ ଉପରେ ପରିବାର ପ୍ରତି ଶତକଡା ୨୫ ଭାଗକୁ ବୃଦ୍ଧି ।
- ଗ୍ରାମ ପନଚାୟତ୍ ଏବଂ ବ୍ଲକ ସ୍ତରରେ ଲଘୁ ଜାତୀୟ ଫସଲର ପ୍ରକୀୟାକରଣ ଉଦ୍ୟୋଗର ସ୍ଥାପନ ।
- ଲଘୁଶଷ୍ୟ ଫସଲକୁ ଲାଭଦାୟକ କରିବା ଉଦେଶ୍ୟରେ ଉତ୍ପାଦକତା ହାରକୁ ବୃଦ୍ଧି ।
- ଲଘୁଶଷ୍ୟ ଫସଲର ଉଦ୍ୟୋଗ ସ୍ଥାପନ କରି ଗ୍ରାମ କିମ୍ବା ସରରରେ ଥିବା ବଜାର ସହିତ ଯୋଗସୂତ୍ର ସ୍ଥାପନ କରିବା ।
- ରାଜ୍ୟ ପୌଷ୍ଟିକ କାର୍ଯକ୍ରମ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଲଘୁଶଷ୍ୟ ଖାଦ୍ୟକୁ ସାମିଲ କରିବା ।
ବିଷୟଏକକଅନୁମୋଦନ ସହାୟତା ରାଶି
ଘରୋଇ ସ୍ତରୀୟ ବ୍ୟବହାରରେ ପୁନ୍ନରାବୃତି | ||
୨ ଦିନିଆ ଆବାସିକ ତାଲିମ ଶିବିର | ଗୋଷ୍ଠୀ | ୮,୦୦୦ |
ଘରୋଇ ଖାଦ୍ୟ ବ୍ୟବହାରର ଅଭିଯାନ | ଜିପିଏସ | ୨୦,୦୦୦ |
ଅଭିଯାନ ପ୍ରସ୍ତୁତିର ସାମଗ୍ରୀ | ଗୋଷ୍ଠୀ | ୨୫,୦୦୦ |
ସାନ ଭିଡିଓ ଚଳଚିତ୍ର | ଗୋଷ୍ଠୀ | ୩୨,୦୦୦ |
୨ ଦିନିଆ ତାଲିମ /କର୍ମଶାଳା | ଗୋଷ୍ଠୀ | ୧୬,୦୦୦ |
ଲଘୁଶସ୍ୟର ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ କରିବା ସକାଶେ ଉଦ୍ୟୋଗୀଙ୍କୁ ସହାୟତା | ||
ଉଦ୍ୟୋଗୀମାନଙ୍କୁ ସହାୟତା | ନମ୍ବର | ୨୫୦୦୦ |
ବ୍ଲକସ୍ତରୀୟ ଉଦ୍ୟୋଗୀକୁ ସହାୟତା | ନମ୍ବର | ୩,୫୦,୦୦୦ |
ଉଦ୍ୟୋଗୀଙ୍କୁ ୨ଦିନିଆ ଆବାସିକ ତାଲିମ | ନମ୍ବର | ୧୬,୦୦୦ |
ପ୍ରକ୍ରିୟାକରଣ ନିମନ୍ତେ ରାଜ୍ୟବାହାରକୁ ୫ଦିନିଆ ଭ୍ରମଣ | ନମ୍ବର | ୮୦,୦୦୦ |
ଉତ୍ପାଦକତାହାର ବୃଦ୍ଧି ନିମନ୍ତେ | ||
ଗୋଷ୍ଠୀ ପରିଚାଳିତ ବିହନ ବ୍ୟବସ୍ଥା ସ୍ଥାପନ | ||
ମନୋନୟନ ଜରିଆରେ ଦେଶୀ ବିହନ କିସମର ପ୍ପ୍ରୋଶହନ | ଗୋଷ୍ଠୀ | ୧୫,୦୦୦ |
ଗୋଷ୍ଠୀସ୍ତରୀୟ ବିହନ କେନ୍ଦ୍ର ସହିତ ବିପତି ସୁବିଧା | ଗୋଷ୍ଠୀ | ୪୮,୦୦୦ |
ଭଣ୍ଡାର ଭିତିଭୂମି (ବିନ୍ ,ବସ୍ତା ,ଇତ୍ୟାଦି) | ୩୫୦୦୦ , | |
ଏଲୋକ୍ଟ୍ରୋନିକ ଓଜନ ମାପ ଯନ୍ତ୍ର | ଗୋଷ୍ଠୀ | ୧୦,୦୦୦ |
ଶୁଖାଇବା ପାଇଁ ତାରପଲିନ୍ | ଗୋଷ୍ଠୀ | ୬,୦୦୦ |
କାମଚଳା ଖର୍ଚ | ଗୋଷ୍ଠୀ | ୧୨,୦୦୦ |
ସି॰ବି.ଓ॰ ମାନଙ୍କୁ ବ୍ଲକ ସ୍ତରୀୟ ତାଲିମ ଏବଂ ଆଭିମୁଖୀକରଣ | ନମ୍ବର | ୧୬,୦୦୦ |
ରାଜ୍ୟବାହାରକୁ ୫ଦିନିଆ ଭ୍ରମଣ | ନମ୍ବର | ୮୦,୦୦୦ |
ବିହନ ଚାଷୀଙ୍କୁ୨ଦିନିଆ ଆବାସିକ ତାଲିମ: ୨୦ ଜଣଙ୍କ ପାଇଁ | ୧୬୦୦୦ | |
ଉନ୍ନତ ଚାଷ ପ୍ରଣାଳୀ | ||
ଜିଲା ଭିତରେ ୨ଦିନିଆ ଟ୍ରେନର୍ ମାନଙ୍କର ତାଲିମ | ୧୬୦୦୦ | |
ଉନ୍ନତ ଚାଷ ପ୍ରଣାଳୀ ପାଇଁ ସହାୟତା | ହେକ୍ଟର | ୫୦୦୦ |
ଫସଲରକ୍ଷା ପାଇଁ ଜଳସେଚନର ସହାୟତା | ପ୍ରତି ବ୍ଲକ | |
ସ୍ଥାନୀୟ ଅଞ୍ଚଳ ଜଳସେଚନ ପାଇଁ ସହାୟତା | ||
କ୍ଷେତ୍ର ଦିବସ | ଗୁରୁତ୍ଵ | ୩୦୦୦ |
କୃଷି ଯନ୍ତ୍ରପାତି ଭଡା କେନ୍ଦ୍ର ଜରିଆରେ ସଠିକ୍ କୃଷିଯାନ୍ତ୍ରୀକୀକରଣ | ନମ୍ବର | ୧,୦୦,୦୦୦ |
ବ୍ଲକ ସ୍ତରୀୟ ସାମାଜିକ ଜ୍ଞାନୀ ପୁରୁଷ (ସି॰ଆର॰ପି) | ||
ସି ଆର॰ପି ମାନଙ୍କ ପାଇଁ ୨ଦିନିଆ ଆବାସିକ ତାଲିମ | ନମ୍ବର | ୮୦୦୦ |
ବେ-ସରକାରୀ ସଂସ୍ଥାଙ୍କ ପାଇଁ ୩ଦିନିଆ ଆବାସିକ ତାଲିମ | ଗୋଷ୍ଠୀ | ୮୦୦୦ |
ସାମାଜିକ ଜ୍ଞାନୀ ପୁରୁଷର ପାଉଣା | ଦିନପ୍ରତି | ୨୫୦ |
ସହର ଏବଂ ଛୋଟ ସହରରେ ଲଘୁଶସ୍ୟର ପ୍ରଚାର ଓ ପ୍ରସାର | ||
୨ଦିନିଆ ଅଭିଯାନ, କର୍ମଶାଳା ଏବଂ ଖାଦ୍ୟ ପର୍ବ | ୧୦୦୦୦ | |
ଭ୍ରମଣ ବିକ୍ରୟ କେନ୍ଦ୍ର /ଚାଷୀର ବିକ୍ରୟ କେନ୍ଦ୍ର | ||
କିଓସ୍କ ପାଇଁ ପୁଞ୍ଜିନିବେଶ | ୩୦୦୦୦ | |
ଏଫ॰ ପି॰ଓ. ଙ୍କୁ ସହାୟତା | ବ୍ଲକ | ୫,୦୦,୦୦୦ |
ସି॰ ବି. ଓ.ମାନଙ୍କୁ ସହାୟତା | ୧,୨୦,୦୦୦ |
କୃଷି ଉଦ୍ଦ୍ୟୋଗ ପ୍ରତିଷ୍ଠା ନିମନ୍ତେ (ପୁଞ୍ଜିନିବେଶ ରିହୀତି)
ରାଜ୍ୟ ସରକାର ନୂତନ କୃଷି ନୀତି ଘୋଷଣା କରିଅଛନ୍ତି ଯେଉଁଟା ୧ ଏପ୍ରିଲ ୨୦୧୩ ରୁ କାର୍ଯକାରୀ ହେଉଅଛି । ଏହି ନିୟମ ପୁଞ୍ଜିନିବେଶ ରିହାତି ପାଇଁ ପୁଞ୍ଜି ଯୋଗାଇଥାଏ। ପୁଞ୍ଜି ନିବେଶ ଉପରେ ସାଧାରଣ ବର୍ଗାଙ୍କ ପାଇଁ ଶତକଡା ୪୦ ଭାଗ ରିହାତି (ଜମି ମୂଲ୍ୟ ବାଦ୍) ଯାହା ୫୦ ଲକ୍ଷ୍ୟ ଟଙ୍କାକୁ ସୀମିତ ଏବଂ ଅନୁସୂବହିତ ଜାତି / ଜନଜାତି / ମହିଳା / କୃଷି ଓ ଆନୁଷଙ୍ଗିକ ବିଭାଗ ସ୍ନାତକ ଯୋଗ୍ୟତାଧିକାରୀ ବ୍ୟକ୍ତିଙ୍କ ପାଇଁ ଶତକଡା ୫୦ ଭାଗ , ଯାହା ୫୦ ଲକ୍ଷ୍ୟ ଟଙ୍କାକୁ ସୀମିତ ରଖାଯାଇଛି।