ଅନ୍ୟାନ୍ୟ କାର୍ଯ୍ୟକ୍ରମ
ଟୀକା କରଣ କାର୍ଯ୍ୟକ୍ରମ
ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବୁଧବାର ଦିନ 0-02ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ଗର୍ଭବତୀ ମହିଳାମାନଙ୍କୁ ଟୀକା ପ୍ରକାର କରାଯାଉଛି ।
ରୋଗୀ କଲ୍ୟାଣ ସମିତି
ଜିଲ୍ଲାରେ 46 ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, 16 ଗୋଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଏକ ଗୋଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଓ ଏକ ଗୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇ ତା ମାଧ୍ୟମରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯାଇଥାଏ ।
ରାଷ୍ଟ୍ରୟୀ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
ଏହି ଯୋଜନା ମାଧ୍ୟମରେ 0-18 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ 34 ଗୋଟି ଭ୍ରାମ୍ୟମଣ ସ୍ୱାସ୍ଥ୍ୟ ଦଳ ଦ୍ୱାରା ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ଓ ବିଦ୍ୟାଳୟରେ ସ୍କ୍ରୀନିଂ କରାଯାଏ ଏବଂ ଅବଶ୍ୟକ ସ୍ଥଳେ ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରକୁ ପ୍ରେରଣ କରାଯାଏ ।
ସ୍କ୍ରୀନିଂ ଅବସ୍ଥା
ଗ୍ରହଣ ଖଣ୍ଡିଆ ଏବଂ ତାଳୁ କଣା – 156
ବଙ୍କା ପାଦ -220
ଶ୍ରବଣ ଯନ୍ତ୍ର -387
ଚଷମା ବିତରଣ -1538
ଜାତୀୟ ସହରା଼ଞ୍ଚଳ ମିଶନ୍
ଏହି ମଶନ୍ ମାଧ୍ୟମରେ କୋରାପୁଟ ଜିଲ୍ଲାର 3ଟି ସହରାଞ୍ଚଳ ଯଥା – ଜୟପୁର, କୋରାପୁଟ ଓ ସୁନାବେଡାକୁ ଅନ୍ତର୍ଭୁକ୍ତ କରାଯାଇଛି । ଯାହାର ଜନସଂଖ୍ୟା ନିୟମାନୂଯାୟୀ 50,000ରୁ ଉର୍ଦ୍ଧ୍ବ । ପ୍ରତି 10,000 ଜନସଂଖ୍ୟାରେ ଗୋଟିଏ ଲେଖା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରାଯାଇ ଗ୍ରାମଞ୍ଚଳ ଭଳି ସବୁପ୍ରକାର ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି ।
ସରକାରୀ ଓ ବେସରକାରୀ ଭାଗିତାରୀ (PPP)ମାଧ୍ୟମରେ କାର୍ଯ୍ୟକ୍ରମ
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋରାପୁଟ ଜିଲ୍ଲାରେ 11ଟି ମା ଗୃହ ଓ 6ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (MHU) କାର୍ଯ୍ୟକାରୀ କରୁଛି । ମା ଗୃହ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବର୍ତ୍ତୀ ମହିଳାଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ପୂର୍ବବର୍ତ୍ତୀ 07-10ଦିନ ପୂର୍ବରୁ ଏଠାରେ ରଖାଯାଇ ସେମାନଙ୍କର ଖାଦ୍ୟପେୟ ବ୍ୟବସ୍ଥା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ ।
ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍
ଜିଲ୍ଲାର ପ୍ରତ୍ୟେକ ମଣ୍ଡଳରେ ଗୋଟିଏ ଲେଖାଏଁ କରି ସମୁଦାୟ 14ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ କାର୍ଯ୍ୟକାରୀ କରୁଛି ।
ଆୟୁଷ
ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ୱାସ୍ଥ୍ୟମିଶନ ମାଧ୍ୟମରେ ମୂଖ୍ୟସ୍ରୋତକୁ ଅଣାଯାଇଛି । ଜିଲ୍ଲାରେ 30ଟି ଆୟୁର୍ବେତିକ ଓ ହୋମିଓପାଥି ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଉଛି ।
ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା
ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ପରିବାରର 5ଜଣ ସଦସ୍ୟକୁ ବର୍ଷକୁ ଟ.30,000/- ପର୍ଯ୍ୟନ୍ତ ବୀମା ପ୍ରଦାନ କରାଯାଇଥାଏ ।
ବିଜୁ କୃଷକ କଲ୍ୟାଣ ଯୋଜନା
ଏହି ଯୋଜନା ମାଧ୍ୟମରେ କୃଷକ ମାନଙ୍କୁ ପଞ୍ଜିକୃତ କରାଯାଇଥାଏ । ନିୟମ ଅନୁଯାୟୀ ପ୍ରତ୍ୟେକ ପଞ୍ଜିକୃତ କୃଷକ ପରିବାରର 5ଜଣ ସଦସ୍ୟଙ୍କୁ ଏହି ଯୋଜନା ମାଧ୍ୟମରେ ଟ.1,00,000ଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯାଇଥାଏ । ଏହା ଦୁଇଟି ଷ୍ଟ୍ରିମ୍ ମାଧ୍ୟମରେ ଦିଆଯାଇଥାଏ ଥାଏ- ଷ୍ଟ୍ରିମ୍ -1 (30,000) ଓ ଷ୍ଟ୍ରିମ୍-2 (70,000) । ସମସ୍ତ ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀ ପରିବାର, ବିଜୁ କୃଷକ କଲ୍ୟାଣ ଯୋଜନାର ଷ୍ଚ୍ରିମ-2 ର ସୁବିଧା ପାଇବା ପାଇଁ ଯୋଗ୍ୟ ଅଟନ୍ତି ।
ଆମ ଜିଲ୍ଲାରେ 15ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଓ ଗୋଟିଏ ଜିଲ୍ଲା ମୁଖ୍ୟଚିକିତ୍ସାଳୟ,କୋରାପୁଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି
ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ପ୍ରମୁଖ ଜୀବନ ବିନାଶକାରୀ ଓ ମାରତ୍ମକ ରୋଗର ଚିକିତ୍ସା ପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଚିକିତ୍ସା ସହାୟତା ଯୋଗାଇଦିଆଯିବ । ରୋଗୀଙ୍କୁ ଚିକିତ୍ସା କରୁଥିବା ଚିକିତ୍ସାଳୟକୁ ଏଭିଳି ରୋଗୀମାନଙ୍କ ଚିକିତ୍ସା ବାବଦରେ କରାଯାଇଥିବା ଖର୍ଚ୍ଚ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ସିଧାସଳଖ ଭରଣା କରାଯିବ ।
ଏହି ପାଣ୍ଠି “ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ସମିତି” ନାମକ ଏକ ସ୍ୱୟଂଶାଶିତ ସମିତି ଦ୍ୱାରା ପରିଚାଳିତ ଯାହା ସମିତି ପଞ୍ଜିକରଣ ଅଧିନିୟମ-1860 ମୁତାବକ ରେଜିଷ୍ଟ୍ରିଭୁକ୍ତ ।
- ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ କାହାକୁ ସହାୟତ ମିଳିପାରିବ
- ଦାରିଦ୍ର ସୀମାରାଖା ନିମ୍ନରେ ଥିବା ପରିବାର, ଗ୍ରାମାଚଂଳରେ ଟ.40,000ଙ୍କ ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ପରିବାର ଏବଂ ସହରାଞ୍ଚଳରେ ଟ.60,000ଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ପରିାବର ଏହି ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ବି.ପି.ଏଲ କାର୍ଡ କିମ୍ବା ସମ୍ପୃକ୍ତ ତହସିଲଦାରଙ୍କ ଦ୍ୱାରା ପ୍ରଦତ୍ତ ବାର୍ଷିକ ଆୟ ପ୍ରମାଣପତ୍ର ହିଁ କେବଳ ବାର୍ଷିକ ଆୟ ସୀମା ନିର୍ଣ୍ଣୟ କରିବା ନିମନ୍ତେ ପ୍ରଯୁଜ୍ୟ ହେବ ।
- ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସୁବିଧା ପାଇବେ ।
ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ
ଏହି ଅଭିଯାନ ନଭେମ୍ବର 2017 ମସିହାରେ ଆରମ୍ଭ ହୋଇଛି । ଏହି ଅଭିଯାନରେ ସମସ୍ତ ଗର୍ଭବତୀ ମାନଙ୍କୁ ପ୍ରତ୍ୟେକ ମାସର 09ତାରିଖରେ ଅଭିଜ୍ଞ ବିଶେଷଜ୍ଞ ଏବଂ ଡାକ୍ତର ମାନଙ୍କ ଦ୍ୱାରା ମାଗଣା ସେବା ପ୍ରଦାନ କରାଯିବ ସହ ସମସ୍ତ ପ୍ରକାର ପରୀକ୍ଷା ବିନାମୂଲ୍ୟରେ କରାଯାଏ ।
ଅଦ୍ବିତୀୟ ଅସାମର୍ଥ୍ୟ ପରୁଚୟ ପତ୍ର (UDID)
ଏହା ଓଡିଶା ସରକାରଙ୍କ ସାମାଜିକ ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ପରିଚାଳିତ । ଏହାର ମୂଲଲକ୍ଷ୍ୟ ହେଲା ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର ଅସାମର୍ଥ୍ୟ ପରିଚୟ ପତ୍ର ପ୍ରଦାନ କରିବ । ଆମ ଜିଲ୍ଲାର ପ୍ରତ୍ୟେକ ମାସ 01 ଓ 15 ତାରିଖରେ ସି.ଡି.ଏମ୍.ଓ ଙ୍କ ଅଧ୍ୟକ୍ଷତାରେ ଏକ ବୋର୍ଡର ଆୟୋଜନ କରାଯାଇ ବିଶେଷଜ୍ଞ ମାନଙ୍କର ତତ୍ବବଧାନରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅନଲାଇନ ପୋର୍ଟାଲ “www.swavlambancard@gov.in” ମାଧ୍ୟମରେ ଅଦ୍ବୀତିୟ ଅସାମର୍ଥ୍ୟ ପରିଚୟ ପତ୍ର ଦିଆଯାଏ ।
ଅନ୍ୟାନ୍ୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ
ଜାତୀୟ ଭେକଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ
ଯୋଗାଯୋଗ ଅଧିକାରୀ – ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମ୍ୟାଲେରିଆ)
ମୋବାଇ ନଂ -9439990499
ଇ- ମେଲ୍ – nvbdcp.koraput@gmail.com
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣ ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ନିଆଯାଇଛି ଯଥା-
- ସହଳ ରୋଗନିରୁପଣ ଓ ପୂର୍ଣ୍ଣ ଚିକିତ୍ସା
- ଔଷଧ ବୁଡା ମଶାରୀ ବଣ୍ଟନ
- ଡିଡିଟି ସିଞ୍ଚନ
- ଦୁର୍ଗମ ଅଚଂଳରେ ମ୍ୟାଲେରିଆ ନିରାକରଣ ଅଭିଯାନ
ପରିବର୍ତ୍ତୀତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ
ଯୋଗାଯୋଗ ଅଧିକାରୀ – ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା)
ମୋବଇଲ ନଂ -9439996738
ଇ-ମେଲ୍ –dtookrp@rntcp.org
ଏହି କାର୍ଯ୍ୟକ୍ରମ ମାଧ୍ୟମର ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ (DOTS)ଚିକିତ୍ସା ପ୍ରଦାନ କରାଯାଉଛି ।
ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ
ଯୋଗାଯୋଗ ଅଧିକାରୀ – ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ)
ମୋବଇଲ ନଂ -9439996736
ଇ-ମେଲ୍ –dlokoraput@gmail.com
ଜିଲ୍ଲା ଅନ୍ଧତ୍ୱ ନୟନ୍ତ୍ରଣ ରୋଗ
ଯୋଗାଯୋଗ ଅଧିକାରୀ – ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ
ମୋବଇଲ ନଂ -9439990496
ଅଣ ସଂକ୍ରାମକ ରୋଗ
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଣ ସଂକ୍ରାମକ ରୋଗ ଯଥା କର୍କଟ ରୋଗ, ମଧୁମେହ , ଉଚ୍ଚ ରକ୍ତଚାପ, ହୃଦଘାତ, ଷ୍ଟ୍ରୋକ ସମ୍ବନ୍ଧିୟ, ସ୍ୱାସ ଏବଂ ଫୁସଫୁସ ଜନୀତ ରୋଗ ଗୁଡିକର ପ୍ରତିରୋଧ ଓ ନିୟନ୍ତ୍ରଣ କରାଯାଇଥାଏ । କୋରାପୁଟ ଜିଲ୍ଲାରେ ଉକ୍ତ କାର୍ଯ୍ୟକ୍ରମ 14- ନଭେମ୍ବର 2011ରେ ଆରମ୍ଭ ହୋଇଥିଲା ।
ଯୋଗାଯୋଗ ଅଧିକାରୀ – ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ
ମୋବଇଲ ନଂ -9439990496
ଇ-ମେଲ୍ –ncdcellkoraput@gmail.com
ରକ୍ତ ଭଣ୍ଡାର
କୋରାପୁଟ ଜିଲ୍ଲାରେ 2ଟି ରକ୍ତଭଣ୍ଡାର କାର୍ଯ୍ୟକ୍ରମ ଅଛି । ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଜୟପୁର ।
ଯୋଗାଯୋଗ ଅଧିକାରୀ – ରକ୍ତ ଭଣ୍ଡାର ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ମୋବଇଲ ନଂ -9437037654
ଇ-ମେଲ bloodbandkkoraput@gmail.com
ଯୋଗଯୋଗ ଅଧିକାରୀ – ରକ୍ତ ଭଣ୍ଡାର ଅଧିକାରୀ
ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଜୟପୁର
ମୋବାଇଲ ନଂ-9778545750
ଇ-ମେଲ -Bloodbankjeypore@gmail.com