ଜିଲ୍ଲା ସମ୍ବନ୍ଧରେ
ନିଷ୍କଳଙ୍କ ସତେଜ ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଗଠିତ ହେଲା | ଅରଣ୍ୟ, ଜଳପ୍ରପାତ, ଥାକ ଥାକ ସବ୍ଜୀକୃତ ଉପତ୍ୟକା ଏବଂ ଚଳଚଂଚଳ ଝରଣାରେ ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ଆକୃଷ୍ଟ କରିଥାଏ | କୋରାପୁଟ ଜିଲ୍ଲା ୧୭. ୪ ଡିଗ୍ରୀ ରୁ ୨୦.୭ ଡିଗ୍ରୀ ଉପରେ ଅକ୍ଷରେଖା ମଧ୍ୟରେ ଏବଂ ୮୧.୨୪ ଡିଗ୍ରୀ ରୁ ୮୪.୨ ଡିଗ୍ରୀ ପୁର୍ବ ଦ୍ରାଘିମା ମଧ୍ୟରେ ରହିଛି | ଏହାର ପୁର୍ବ ସୀମାରେ ରାୟଗଡାକୁ, ପଶ୍ଚିମ ସୀମାରେ ଛତିଶଗଡ଼ ର ବସ୍ତର ଜିଲ୍ଲା କୁ , ଦକ୍ଷିଣ ସୀମା ମାଲକାନଗିରି ଜିଲ୍ଲାକୁ ସ୍ପର୍ଶ କରିଛି | ଏହି ଜିଲ୍ଲା ର ଇତିହାସ ସଂପର୍କରେ ଉଲ୍ଲେଖ କରିବାକୁ ଗଲାବେଳେ ଏହାର ପ୍ରାଚୀନତା ଲମ୍ବିଯାଏ ସୁଦୂର ଖ୍ରୀଷ୍ଟପୂର୍ବ ୩ୟ ଶତକକୁ | ଯେତେ ବେଳେ ଏହା ଦୁର୍ଦ୍ଧଷ ପରାକ୍ରମଶାଳୀ ଆଟବିକ ମାନଙ୍କ ଦ୍ବାରା ଅଦ୍ଧୁଷିତ ଥିଲା | ପରବର୍ତ୍ତୀ କାଳରେ ଏହି ଅଂଚଳ ସାତବାହକ ନଳ, ଗଂଗବଂଶୀ ଆଦି ବିଭିନ୍ନ ରାଜବଂଶ ଦ୍ବାରା ଏବଂ ଶେଷରେ ସୂର୍ଯ୍ୟ ବଂଶୀ ରାଜାଙ୍କ ଦ୍ବାରା ଶାସିତ ହୋଇ ଥିଲା ; ଯେଉଁ ମାନେ କି ବ୍ରିଟିଶ୍ ଆଗମନ ପୁର୍ବରୁ କୋରାପୁଟ କୁ ମନୋନୀତ କରିଥିଲେ | ପରିଶେଷରେ କୋରାପୁଟ ୧୯୩୬ ମସିହାରେ ଏକ ଜିଲ୍ଲାର ମାନ୍ୟତା ପାଇଥିଲା |
ନୂଆ କଣ
- ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ, କୋରାପୁଟ (ଠିକା ପ୍ରସ୍ତାବ) |
- ଜିଲ୍ଲା କୃଷି କାର୍ଯ୍ୟାଳୟ କୋରାପୁଟ, ଜୟପୁର (ଠିକା ପ୍ରସ୍ତାବ) |
- ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଲମତାପୁଟ (ସଂଶୋଧିତ ଖାରଜ ପ୍ରସ୍ତାବ) |
- ଜିଲ୍ଲା କୃଷି କାର୍ଯ୍ୟାଳୟ, କୋରାପୁଟ ତରଫରୁ (ଚିଠି ସଂଖ୍ୟା: 1663) ଠିକା ପ୍ରସ୍ତାବ ଆହ୍ବାନ କରାଗଲା |
- ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବୈପାରୀଗୁଡା (ମୂଲ୍ୟାଙ୍କ ନାମା, ଚିଠା ସଂଖ୍ୟା: 204) |
- ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବୈପାରୀଗୁଡା (ମୂଲ୍ୟାଙ୍କ ନାମା, ଚିଠା ସଂଖ୍ୟା: 200) |